ସ୍ୱାସ୍ଥ୍ୟସେବାରେ ଯୋଗଦେଲେ ଆଉ ୨୪୭୩ ନୂଆ ଡାକ୍ତର

ଭୁବନେଶ୍ବର : ରାଜ୍ୟ ସ୍ୱାସ୍ଥ୍ୟସେବାରେ ଆଜି ଆଉ ୨୪୭୩ଜଣ ନୂଆ ଡାକ୍ତର ଯୋଗ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ୨୪୭୩ଜଣ ଡାକ୍ତରଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ସମସ୍ତ ଡାକ୍ତର…

ଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତର

ବଲାଙ୍ଗୀର,୨୮ା୧୨:ବଲାଙ୍ଗୀର-ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ପଛରେ ପିକ୍‌ନିକ୍‌ ବସ୍‌ଟି ପିଟି ହେବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ, ସୋନପୁର ସହରର ଏକ…

ରାୟଗଡ଼ା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକଙ୍କୁ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଲୋକାର୍ପଣ ପାଇଁ ନିମନ୍ତ୍ରଣ

ରାୟଗଡ଼ା: ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଲୋକାର୍ପଣ ପାଇଁ ଆଜି ରାୟଗଡ଼ାରେ ପହଞ୍ଚିଥିଲା ଏକ ପ୍ରତିନିଧି ଦଳ।ତିନି ଜଣିଆ ପ୍ରତିନିଧି ଦଳ ଆଜି ସକାଳେ ପହଞ୍ଚିବା ପରେ ରାୟଗଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଆଦିବାସୀ ନୃତ୍ୟ, ଓଡ଼ିଶୀ ନୃତ୍ୟୁ ଏବଂ ଢେମସା…

ମାଛ କିଣିଲା ବେଳେ ଡିକି ଭାଙ୍ଗି ଲୁଟ୍: ପ୍ରାକ୍ତନ ଯବାନଙ୍କର ନେଇଗଲେ ୧.୬୦ଲକ୍ଷ ଟଙ୍କା

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ କେବଳ ଯେ, ବାଇକ୍‌ ଲୁଟେରା ମାତିଛନ୍ତି ତାହା ନୁହେଁ, ଏଠି ଟେକି ଭଙ୍ଗା ଚୋର ବି ମୁଣ୍ଡ ଟେକିଲେଣି। ଆଖି ପିଛୁଳାକେ ଗାଡି ଡିକି ଭାଙ୍ଗି ଟଙ୍କା ବି ଲୁଟିବା ଆରମ୍ଭ କଲେଣି। ବୁଧବାର ମଧ୍ୟାହ୍ନରେ ଖୋର୍ଦ୍ଧା…

କମିଛି ଶୀତ,ବଢିଛି କୁହୁଡ଼ି; ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ବର : ରାଜ୍ୟରେ କମିଛି ଶୀତ କିନ୍ତୁ ବଢିଛି କୁହୁଡ଼ି। ୧୦ ଡିଗ୍ରୀ ତଳେ ରହିଛି ୪ ସହର। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସାମାନ୍ୟ ବଢିଥିଲେ ମଧ୍ୟ ଜାରି ରହିଛି ଶୀତ ଲହରୀ। ୭.୧ ଡିଗ୍ରୀ ସହ କୋରାପୁଟ ପାଲଟିଛି…

ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଭୁବନେଶ୍ବର : ଖୋର୍ଦ୍ଧାସ୍ଥିତ ଏକ ରିଫାଇନ୍ ତେଲ ଫ୍ୟାକ୍ଟ୍ରିରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଛି। ରିଫାଇନ୍ ତେଲ ଫ୍ୟାକ୍ଟ୍ରିଟି ବାଘମାରୀ…

ଓଡ଼ିଶାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୮କୁ ବଢ଼ିଲା

ଭୁବନେଶ୍ବର : ଓଡ଼ିଶାରେ ଗୁରୁବାର ସୁଦ୍ଧା କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଂଚିଛି । ୨୪ଘଣ୍ଟା ମଧ୍ୟରେ ଆଉ ୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । କୋଭିଡର ନୂଆ ଭାରିଏଂଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ…

ଭୀମଭୋଇ ମେଡିକାଲ କଲେଜରେ ଉତ୍ତେଜନା, ହାଉସ ସର୍ଜନଙ୍କୁ ଆକ୍ରମଣ

ବଲାଙ୍ଗୀର : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ହାଉସ ସର୍ଜନ ଛାତ୍ରଙ୍କୁ ଜଣେ ଦୁର୍ବୃତ୍ତର ଆକ୍ରମଣ ପରେ ଉତ୍ତେଜନା ପ୍ରକାଶ ପାଇଛି। କଲେଜ ନିକଟରେ କେହି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କୋରାପୁଟ: ସୁରକ୍ଷାବାହିନୀକୁ ବଡ଼ଧରଣର ସଫଳତା ମିଳିଛି। କୋରାପୁଟ-ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରେ ଏସ୍‌ଓଜି ଯବାନମାନେ ମାଟି ତଳୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ଗତକାଲି ଅପରାହ୍‌ଣ…

ରାଜ୍ୟ ବାହାରେ ପ୍ରସିଦ୍ଧ ମନ୍ଦିରକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣପତ୍ର ପ୍ରଦାନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ବିଭିନ୍ନ ମନ୍ଦିରମାନଙ୍କୁ ପ୍ରେରଣ କରାଯାଉଛି। ଆଜି ତ୍ରିଚିନ୍ନାପଲ୍ଲୀର ଶ୍ରୀରଙ୍ଗନାଥ ସ୍ବାମୀ ମନ୍ଦିର, ବିଶାଖାପାଟଣା ସୀମାଞ୍ଚଳମ ମନ୍ଦିର, ଜଗନ୍ନାଥ ମନ୍ଦିର, ଦିଲ୍ଲୀର ଜଗନ୍ନାଥ ମନ୍ଦିର, ବିହାର ଗୟାଧାମ ବିଷ୍ଣୁପଦ ମନ୍ଦିର, ନାସିକର…