ସମୁଦ୍ର ଗର୍ଭରୁ ବି ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବୁ: ରାଜନାଥ ସିଂହ

ଆକ୍ରମଣକାରୀଙ୍କୁ ଆଉ ମିଳିବନି ରକ୍ଷା। ସମୁଦ୍ରର ଗର୍ଭରେ ଲୁଚି ରହିଥିଲେ ମଧ୍ୟ ଖୋଜି ବାହାର କରାଯିବ।' ନିକଟରେ ଆରବ ସାଗରରେ ଭାରତ ଆସୁଥିବା ଏକ ବ୍ୟବସାୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଭଳି କିଛି କହି ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ…

ଆଜି ୧୦ ଡିଗ୍ରୀ ତଳେ ୩ ସହର

ଭୁବନେଶ୍ବର : କମୁଛି ପାରଦ ଆଉ ବଢୁଛି ଶୀତ  । ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ଆଜି୧୦ ଡିଗ୍ରୀ ତଳେ ରହିଛି ୩ଟି ସହର  ।  ୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ପାଲଟିଛି ସବୁଠୁ ଥଣ୍ଡା…

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ରାଜନୀତିକ ବିବାଦ

ଆସନ୍ତାମାସରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଏହାକୁ ନେଇ ରାଜନୀତିକ ବିବାଦ ଦେଖିବାକୁ…

ତହସିଲଦାରଙ୍କ ବିରୋଧରେ ଆମରଣ ଅନଶନ

ବୋଲଗଡ  : ବୋଲଗଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲଦାରଙ୍କ ମନମୂଖୀ କାର୍ଯ୍ୟକଳାପ ବିରୋଧ କରି ଆମରଣ ଅନଶନରେ ବସିଛନ୍ତି ବୋଲଗଡର ନରେନ୍ଦ୍ର କୁମାର ସାହୁ। ନରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ପୂର୍ବପୁରୁଷ ଯାଗାରେ ସେ ଘର କରି ରହି ଆସୁଥିବା ବେଳେ ଏବେ…

ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା

ପାକିସ୍ତାନର ନିର୍ବାଚନ ଇତିହାସରେ ଯାହା କେବେ ଘଟି ନଥିଲା, ସେକଥା ଏବେ ଘଟିବାକୁ ଯାଉଛି। ପାକିସ୍ତାନର ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ମହିଳା ଭାଗ ନେଇଛନ୍ତି। ଖାୟବର ପାଖତୁନଖ୍ୱା ବୁନେର ଜିଲ୍ଲାର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବାକୁ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତ ୭ ଦିନ ମଧ୍ୟରେ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ…

ଟ୍ରାଫିକ୍‌ ଜାମରୁ ବର୍ତ୍ତିବା ପାଇଁ ନଦୀ ଭିତରେ ଚାଲିଲା ଥାର୍‌

ଆସୁଛି ନୂଆବର୍ଷ। ଆଉ ଦିନ କେଇଟା ପରେ ନୂଆବର୍ଷ ନୂଆ ସୂରୁଜ ଉଁଇବ। ନ୍ୟୁ-ଇୟର୍‌ ସେଲିବ୍ରେସନ୍‌ ପାଇଁ ଏବେ ବିଭିନ୍ନ ପର୍ଯଟନସ୍ଥଳୀ ଗୁଡିକରେ ଭିଡ ଜମିବାରେ ଲାଗିଛି। ହିମାଚଳ ପ୍ରଦେଶକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ। ଫଳରେ ଗତ ଦୁଇ ଦିନ ହେଲା ଦୀର୍ଘ…

ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ

ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର । ଭୁବନେଶ୍ବର ଇଡକୋ ଚିଫ୍ ମ୍ୟାନେଜର ସରୋଜ କାନ୍ତ ମହାନ୍ତିଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି…

କାର ଉପରେ ଓଲଟି ପଡ଼ିଲା ଟ୍ରକ, ଗୋଟିଏ ପରିବାରର ୪ ମୃତ

ଘନ କୁହୁଡ଼ି ମଧ୍ୟରେ କାର୍‌କୁ ଓଭରଟେକ କରୁଥିବା ଟ୍ରକ ଯୋଗୁ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଓଭରଟେକ ବେଳେ ଲୁହା ଓ ଟିଣ ବୋଝେଇ ଟ୍ରକଟି ଗୋଟିଏ କାର୍‌ ଉପରେ ଓଲଟି ପଡ଼ିଛି। ଏଥିଯୋଗୁ କାର ମଧ୍ୟରେ ଥିବା ଗୋଟିଏ ପରିବାରର ୪…

ବୁଦ୍ଧେଶ୍ୱରୀ କଲୋନୀରେ ବିରୋଧ ଘଟଣା; କ୍ଷୋଭର ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର: ରାଜଧାନୀର ବୁଦ୍ଧେଶ୍ୱରୀ କଲୋନୀ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାଉଥିବା ବେଳେ କିଛି ଲୋକ ଆସି  ତାଙ୍କ କାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିବା ପରେ ଅପରାଜିତା ଷଡ଼ଙ୍ଗୀ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।…