ପାକ୍‌ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କଲେ, ଆତଙ୍କବାଦ ପ୍ରସଙ୍ଗରେ ପ୍ରବଳ ବର୍ଷିଲେ ଜୟଶଙ୍କର

ଭାରତର ଗୋଆରେ ଆୟୋଜିତ ଏସ୍‌ସିଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠରେ ଯୋଗଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି। ଆଜି ତାଙ୍କୁ ଏହି ବୈଠକକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରୋଟକଲ ଅନୁଯାୟୀ ହାତ ଯୋଡ଼ି ସ୍ୱାଗତ କରିଥିଲେ। ତେବେ…

ମଣିପୁର ହିଂସା: ବିଜେପି ବିଧାୟକଙ୍କୁ ପ୍ରବଳ ପିଟିଲେ ବିକ୍ଷୋଭକାରୀ

ଆଦିବାସୀ ଓ ଅଣଆଦିବାସୀଙ୍କୁ ନେଇ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ଧରୁନି। କର୍ଫ୍ୟୁ, ଶୁଟ ଆଟ ସାଇଟ ଓ ଇଣ୍ଟରନେଟ ସେବା ବନ୍ଦ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟ ଜାରି ରହିଛି। ଏସବୁ ଭିତରେ ହିଂସାକାଣ୍ଡ…

ହନିଟ୍ରାପ୍‌ରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଦେଉଥିଲେ ଗୁପ୍ତ ତଥ୍ୟ

ଶତ୍ରୁ ଦେଶ ପାକିସ୍ତାନ ବିଛାଥିବା ସୁନ୍ଦରୀ ଜାଲରେ ଫସି ଭାରତକୁ ଧୋକା ଦେଇଥିବା ଜଣେ ୫୯ ବର୍ଷୀୟ ବୈଜ୍ଞାନିକ କଳାକରାନାମା ସାମ୍ନାକୁ ଆସିଛି। ସେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ଏହି ବୈଜ୍ଞାନିକ ଜଣଙ୍କ ହେଲେ ପିଏମ କୁରୁଲକର। ସେ ଭାରତର…

ମୋତେ ଓ ମୋ ସ୍ୱାମୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ: ଗୀତ ଫୋଗଟ

‘ମୋତେ ଓ ମୋ ସ୍ୱାମୀ ପବନ ସରୋହାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ବହୁତ ଦୁଃଖଦ ଘଟଣା।’ ଦିଲ୍ଲୀର ଯନ୍ତର ମନ୍ତରରେ ରେସଲରଙ୍କ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏମିତି ଏକ ଟ୍ୱିଟ କରିଥିଲେ…

ନୀତୀଶ କୁମାରଙ୍କ ଜାତିଭିତ୍ତିକ ଜନଗଣନା ଉପରେ ରୋକ ଲଗାଇଲେ ହାଇକୋର୍ଟ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଆରମ୍ଭ କରିଥିବା ଜାତିଭିତ୍ତିକ ଜନଗଣନା କାର୍ଯ୍ୟକ୍ରମକୁ ଲାଗିଛି ଝଟକା। ଏହି ଜାତିଭିତ୍ତିକ ଜନଗଣନା ଉପରେ ରୋକ ଲଗାଇ ଦେଇଛନ୍ତି ପାଟନା ହାଇକୋର୍ଟ। ପଛୁଆ ବର୍ଗର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିବା…

ଗୋଆରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ

ଭାରତର ଗୋଆରେ ପହଞ୍ଚିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟ ଜର୍ଦାରି। ସେ ଏଠାରେ ଆୟୋଜିତ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ (ଏସ୍‌ସି)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବାକୁ ଆସିଛନ୍ତି। ଏସ୍‌ସିଓର ଅଧ୍ୟକ୍ଷତା ଭାରତ କରୁଥିବା ବେଳେ ପ୍ରୋଟକଲ ଅନୁଯାୟୀ ନୂଆଦିଲ୍ଲୀ…

ରାସ୍ତା ସଫା ହେବା ପରେ ପୁଣି ଆରମ୍ଭ ହେଲା କେଦାରନାଥ ଯାତ୍ରା

ରୁଦ୍ରପ୍ରୟାଗ : କେଦାରନାଥ ଦର୍ଶନ ପାଇଁ ପାଦରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଥରେ ରାସ୍ତା ଖୋଲାଯାଇଛି । ଗତକାଲି କୁବେର ଓ ଭୈରବ ଗ୍ଲେସିୟର ନିକଟରେ ଗ୍ଲେସିୟର ଫାଟିବା କାରଣରୁ କେଦାରନାଥ ରାସ୍ତା ଯାତାୟାତ ପାଇଁ ବନ୍ଦ ରହିଥିଲା। ତେବେ…

ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ, ଗଲା ୭ଜଣ ଶିକ୍ଷକଙ୍କ ଜୀବନ

ଇସଲାମାବାଦ: ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ। ଗଲା ୭ଜଣ ଶିକ୍ଷକଙ୍କ ଜୀବନ। ଗୁରୁବାର ଦିନ ପାକିସ୍ତାନର ଖୈବୁର ପଖତୁନଖ୍ବାସ୍ଥିିତ ଏକ ବିଦ୍ୟାଳୟକୁ ହଠାତ୍ କିଛି ଆକ୍ରମଣକାରୀ ପଶି ଆସିବା ସହ ଗୁଳିବର୍ଷା କରିବା ଆରମ୍ଭ କରିଦେଇଥିଲେ। ଏହି…

ମଣିପୁର ହିଂସା: ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କର। ମଣିପୁରରେ ଆଦିବାସୀ ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ହିଂସା ବଢ଼ୁଥିବା ଦେଖି ଏଭଳି ନିର୍ଦ୍ଦେଶ ଦେଲେ ରାଜ୍ୟପାଳ। ବୁଧବାର ଦିନ ହିଂସା ଆରମ୍ଭ ହେବା ପରେ ଏବେ ଏହା ୮ଟି ଜିଲ୍ଲାକୁ ପ୍ରଭାବିତ…

ଜମ୍ମୁ ଓ କଶ୍ମୀରରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରର ବାରାମୂଲା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ସେମାନଙ୍କଠାରୁ ଗୋଟିଏ ଏକ-୪୭ ଓ ଗୋଟିଏ ପିସ୍ତଲ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରଳ ଗୁଳି ଓ କିଛି ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ଗତ ୨୪ ଘଣ୍ଟାରେ ଜମ୍ମୁ…