Chandigarh bjp office blast 663x420

ଚଣ୍ଡିଗଡ଼: ରାଜଧାନୀ ଚଣ୍ଡିଗଡ଼ରେ ବୋମା ବିସ୍ଫୋରଣ। ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହେବା ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ଶବ୍ଦ ବହୁ ଦୂରକୁ ଶୁଣାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି। ନିକଟବର୍ତ୍ତୀ ସିସିଟିଭି ଫୁଟେଜ୍ ମଧ୍ୟ ସ୍କାନ କରାଯାଉଛି।ଉଲ୍ଲେଖନୀୟ ଯେ, ବିସ୍ଫୋରଣ ସ୍ଥାନ ନିକଟରେ ପେଟ୍ରୋଲ ପମ୍ପ ଏବଂ ଓକିଲଙ୍କ ଚାମ୍ବର ମଧ୍ୟ ଅଛି। ଏହି ବିସ୍ଫୋରଣରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତି ହୋଇଥିବା ରିପୋର୍ଟ ହୋଇନାହିଁ।

Share