National & International

ଦିଲ୍ଲୀରେ ଅଗ୍ନିକାଣ୍ଡ: ଜଳିଗଲା ଅନେକ ଘର

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ସେବା (DFS) ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି । DFS କହିଛି ଯେ…

ରୁଷ ମିଲିଟାରୀରେ ନିଯୁକ୍ତ ୪୪ ଭାରତୀୟ, ତୁରନ୍ତ ମୁକ୍ତ କରିବାକୁ ଭାରତର ଦାବି

ନୂଆଦିଲ୍ଲୀ: ରୁଷ ସେନାରେ ୪୪ ଭାରତୀୟ । ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ରୁଷ ନିକଟରେ ଭାରତ ଦାବି ଦୋହରାଇଛି । ଏହା କହିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ । ରୁଷ ସେନାରେ ନିଯୁକ୍ତ ଭାରତୀୟଙ୍କ ସଂପର୍କରେ ମସ୍କୋ…

ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କଲେ ମହିଳା, ସୁଇସାଇଡ ନୋଟରେ ଲେଖିଲେ ମୃତ୍ୟୁର କାରଣ

ନୂଆଦିଲ୍ଲୀ : ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ଘଟିଛି ଏପରି ଅଭାବନୀୟ ଘଟଣା । ପିମ୍ପୁଡି ଭୟରେ ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ ଲେଟରରେ ଉଲ୍ଲେଖ କରିଛନ୍ତି ଜଣେ ମହିଳା । ମହିଳା ଜଣକ ୨୦୨୨ରେ…

ଦିଲ୍ଲୀ ପରେ କାଠମାଣ୍ଡୁ ଏୟାରପୋର୍ଟରେ ବିମାନ ଉଡ଼ାଣ ବନ୍ଦ

କାଠମାଣ୍ଡୁ: ଦିଲ୍ଲୀ ଏୟାରପୋର୍ଟ ପରି ବୈଷୟିକ ସମସ୍ୟା କାଠମାଣ୍ଡୁ ଏୟାରପୋର୍ଟରେ ବି ଦେଖାଦେଇଛି । ଏହା ଫଳରେ ସେଠାରେ ମଧ୍ୟ ଦିଲ୍ଲୀ ପରି ଅଚଳାବସ୍ଥା ଦେଖାଦେଇଛି ଓ ବିମାନ ଉଡ଼ାଣ ବନ୍ଦ ରହିଛି । ଅଧିକାରୀଙ୍କ ଅନୁଯାୟୀ, ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ…

ଭୁବନେଶ୍ୱରରେ ରୋଡ୍ସ କଂଗ୍ରେସ ସମାବେଶ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ୮୪ତମ ଇଣ୍ଡିଆନ୍‌ ରୋଡ କଂଗ୍ରେସ (ଅ୍ଧବଆରସି) ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହାର ଶୁଭାରମ୍ଭ କରିଛନ୍ତି । ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ…

ଏଲନ ମସ୍କଙ୍କ ଦରମା, ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ

ଶୀର୍ଷକଟି ଟିକେ ଅଡୁଆ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ବିଶ୍ଵର ବଡ଼ ଧନୀମାନଙ୍କ ମଧ୍ୟରୁ ଅନ୍ୟତମ ଏଲନ ମସ୍କଙ୍କ ଦରମା ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ ସଙ୍ଗେ ସମାନ। ବିଶ୍ଵର ସୁବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା କେତେ ତାହା…

ଦିଲ୍ଲୀ ବିମାନବନ୍ଦରରେ ବଳମ୍ବ ହେଲା ୧୦୦ଟି ବିମାନ ଉଡ଼ାଣ, ATC ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦର ଅନୁଯାୟୀ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମରେ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଶୁକ୍ରବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGIA)ରେ ଅତି କମରେ ୧୦୦ ଟି ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା ।…

ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ସମାରୋହ, ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ସମାରୋହ । ରାଷ୍ଟ୍ର ଚେତନାକୁ ଜାଗ୍ରତ କରୁଥିବା ଭାବପୂର୍ଣ୍ଣ ବନ୍ଦନା ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ତମ ପୂର୍ତ୍ତି ସମାରୋହ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରବ୍ୟାପୀ ସ୍ମରଣୋତ୍ସବର…

ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ବ୍ଲାକମେଲିଂ, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଆହତ

କୌଶାମ୍ବୀ: ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ପ୍ରେମ ସମ୍ପର୍କରେ ଫସାଇବା, ଦୁଷ୍କର୍ମ କରିବା ଏବଂ ବ୍ଲାକମେଲ୍ କରିବା ଅଭିଯୋଗରେ ଅଭିଯୁକ୍ତ ଜଣେ ବ୍ୟକ୍ତି ପୋଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି, ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି । ପୋଲିସ…

ପାକିସ୍ତାନର ଇତିହାସ ବେଆଇନ ଏବଂ ଗୁପ୍ତ ପରମାଣୁ କାର୍ଯ୍ୟକଳାପରେ ପରିପୂର୍ଣ୍ଣ: ଭାରତ

ନୂଆଦିଲ୍ଲୀ : ପାକିସ୍ତାନର ଗୁପ୍ତ ପରମାଣୁ ପରୀକ୍ଷଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଞ୍ଚଲ୍ୟକର ଦାବି ସଂପର୍କରେ ପ୍ରଥମ ପ୍ରତିକ୍ରିୟା ରଖିଛି ଭାରତ । ଭାରତ ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ଭାରତ ଟ୍ରମ୍ପଙ୍କ ବିବୃତ୍ତିକୁ ଗୁରୁତ୍ବ ଦେଇଛି।…