National & International

ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ଏହି ପର୍ଯ୍ୟାୟରେ ୨୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ତା’ ମଧ୍ୟରେ ରହିଛି ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ସାହିବ…

ଲଦାଖକୁ ପୁଣି ନିଜର କହିଲା ଚାଇନା: ଜୋରଦାର ବିରୋଧ କଲା ଭାରତ

ପୁଣିଥରେ ନୂଆ ଭେଳିକି ଦେଖାଇଛି ଚାଇନା। ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ନିଜର କହିଛି ବେଜିଂ। ଚାଇନା ପକ୍ଷରୁ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରାଯାଉଛି। ଏହାର କିଛି ଅଂଶ ଲଦାଖ ମଧ୍ୟରେ ଆସୁଛି। ଚାଇନାର ଏପରି ପଦକ୍ଷେପକୁ ଭାରତ ପକ୍ଷରୁ…

ହାଇଦ୍ରାବାଦ ଦଳାଚକଟା ଘଟଣା: ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଏହି ଘଟଣାରେ ଅଭିନେତାଙ୍କୁ ଶୁକ୍ରବାର ଦିନ ହାଇଦ୍ରାବାଦ ନାମପଲ୍ଲି କୋର୍ଟରୁ ନିୟମିତ ଜାମିନ ମିଳିଯାଇଛି। ଡିସେମ୍ବର ୪ରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମର ପ୍ରିମିୟର ଶୋ’…

ଲାଲୁଙ୍କ ଅଫର୍‌କୁ ପ୍ରତ୍ୟାଖାନ କଲେ ନୀତିଶ କୁମାର

ପାଟ୍‌ନା: ସରଗରମ ହେଲାଣି ବିହାର ରାଜନୀତି । ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ଖବର ଚର୍ଚ୍ଚା ହେବା ପରେ ଜଣଙ୍କ ପରେ ଜଣେ ନେତା ଏନେଇ ବୟାନ ଦେବା ଆରମ୍ଭ କଲେଣି । ଏହାରି ଭିତରେ ଆରଜେଡି ନେତା ଲାଲୁପ୍ରସାଦ ଯାଦବ…

ଦିଲ୍ଲୀରେ କେଜ୍ରିୱାଲଙ୍କୁ ମୋଦିଙ୍କ ଟାର୍ଗେଟ, ‘ଆପ୍’କୁ କହିଲେ ‘ଆପଦା’

ଆସନ୍ତା ମାସ(ଫେବୃଆରୀ)ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ବିଜେପି ପାଇଁ ଏକ ପ୍ରକାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ଅବସରରେ…

ଡେରା ସଚା ସୌଦାର ମୁଖ୍ୟକୁ ‘ସୁପ୍ରିମ’ ନୋଟିସ

ଆତ୍ମଘୋଷିତ ବାବା ତଥା ଡେରା ସଚା ସୌଦାର ମୁଖ୍ୟ ଗୁରମିତ ସିଂହ ଓ ଅନ୍ୟ ୪ ଜଣଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଡେରା ସଚା ସୌଦାର ପୂର୍ବତନ ମ୍ୟାନେଜର ରଣଜିତ ସିଂହଙ୍କ ହତ୍ୟାକାଣ୍ଡ ଘଟଣାରେ ଏପରି ନୋଟିସ କରାଯାଇଛି। ୨୦୦୨ ମସିହାରେ…

ଚୀନରେ ଆଉ ଏକ ଭୂତାଣୁ ଆତଙ୍କ, ପବନ ବେଗରେ ବ୍ୟାପୁଛି; ହସ୍ପିଟାଲରେ ମିଳୁନି ଜାଗା

ଚୀନରୁ ଆରମ୍ଭ ହୋଇଥିବା କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲା, ତାହା ଏଯାଏଁ ମନରୁ ଲିଭିନି। ଏପଟେ ସେହି ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଆଉ ଏକ ନୂଆ ଭାଇରସ୍ ପୁଣି ଚିନ୍ତା ବଢ଼ାଇଛି। ପିଲାଠୁ ବୁଢ଼ା…

ନିମିଶାଙ୍କୁ ମିଳିଛି ଫାଶୀ: ଇରାନ କହିଲା ଯଥା ସମ୍ଭବ ସହଯୋଗ କରିବୁ, କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ସ୍ୱାମୀ

ନୂଆଦିଲ୍ଲୀ: ଭାରତୀୟ ନାଗରିକ ନିମିଶା ପ୍ରିୟାଙ୍କୁ ୟେମେନ ସରକାର ଫାସୀ ଦେବା ମାମଲାରେ ସହଯୋଗରେ ହାତ ବଢ଼ାଇଛି ଇରାନ। ଘଟଣାକୁ ସେ ୟେମେନ ସରକାଙ୍କ ସମ୍ମୁଖରେ ଉଠାଇବେ। ଓ ଯାହା ଇରାନ ଦ୍ୱାରା ସମ୍ଭବ ସେ ସବୁ କରାଯିବ ବୋଲି ଇରାନ…

ସାଇବର ଅପରାଧୀଙ୍କ ପ୍ରିୟ ଡିଜିଟାଲ ପ୍ଲାଟଫର୍ମ, ହ୍ୱାଟସଆପରେ ସର୍ବାଧିକ ଠକେଇ

ନୂଆଦିଲ୍ଲୀ : ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋଶାଲ ମିଡିଆ। ହ୍ୱାଟସଆପ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ। ଏସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର ଭାବେ ବାଛିଛନ୍ତି ସାଇବର କ୍ରିମିନାଲ। ଗୃହ ମନ୍ତ୍ରାଳୟର…

ବଜାରରେ ମିଳୁଛି ନକଲି ଚିନି !

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବଜାରରେ ଅସଲି ଜିନିଷ ପାଇବା କଷ୍ଟକର। କାରଣ ଏବେ ପ୍ରାୟତଃ ସବୁ ଅପମିଶ୍ରିତ ତଥା ନକଲି ଜିନିଷ ମିଳୁଛି। ଆପଣ ନକଲି ଆଳୁ-ଅଦା ଏବଂ କ୍ଷୀର-ପନିର ବିକ୍ରି ଖବର ଶୁଣିଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି…