ଅପହରଣ ପରେ କାଠ ଫାଳିଆରେ ପୁଲିସ୍‌ ପିଟିଥିବା କହିଲେ ଇମ୍ରାନ ଖାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଅପହରଣ କରାଯାଇଥିଲା। ଏହାପରେ ପୁଲିସ୍‌ ପକ୍ଷରୁ ତାଙ୍କୁ କାଠ ଫାଳିଆରେ ମାଡ଼ ମରାଯାଇଥିଲା…

ଅଶନୀର ଗ୍ରୋଭର ଓ ପତ୍ନୀଙ୍କ ନାଁରେ ୮୧ କୋଟି ଟଙ୍କା ହଡ଼ପ ଅଭିଯୋଗ, ମାମଲା ରୁଜୁ

ନୂଆଦିଲ୍ଲୀ : ଫିନଟେକ କମ୍ପାନୀ ଭାରତପେ’ (BharatPe) ର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭର ପୁଣି ଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି। ଅଶନୀର ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ର ଅପରାଧ ଶାଖା ମାମଲା…

ନିଲମ୍ବିତ ପୁଲିସ୍ କନେଷ୍ଟବଲଙ୍କ ମାଡ଼ରେ ଯୁବକ ଗୁରୁତର

ନିଲମ୍ବିତ ପୁଲିସ୍ କନେଷ୍ଟବଲଙ୍କ ବାଟୁଳି ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଖଡ଼ିଆପଡ଼ାରେ। ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବକଙ୍କ…

ସେବା ସଚିବଙ୍କୁ ବିଦା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ପ୍ରଶାସନିକ ନିଯୁକ୍ତି ଓ କ୍ଷମତା ଉପରେ ଦିଲ୍ଲୀ ସରକାରଙ୍କ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏହି ରାୟ ପରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସେବା ବିଭାଗର ସଚିବ ଆଶିଷ ମୋରେଙ୍କୁ ପଦରୁ…

ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍‌। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଏଠି କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ କାର୍ଯ୍ୟ ହେବ। ୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦…

ବାଣ ବିସ୍ଫୋରଣ ଘଟି ସରକାରୀ କ୍ୱାର୍ଟର୍ସରେ ଲାଗିଲା ନିଆଁ

ଭୁବନେଶ୍ବର: ବାଣ ବିସ୍ଫୋରଣ ଘଟି ସରକାରୀ କ୍ୱାର୍ଟର୍ସରେ ନିଆଁ ଲାଗିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏପରି ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ୍ ୨ ଥିବା ଏକ ସରକାରୀ କ୍ୱାର୍ଟର୍ସରେ। ଭୁବନେଶ୍ୱର ୟୁନିଟ୍ ୨ରେ ଥିବା ଏକ ସରକାରୀ କ୍ୱାର୍ଟର୍ସରେ ବେଆଇନ ଭାବେ…

୨୦୨୦ ମସିହା ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ଘୋଷିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛିା ଜଟଣୀସ୍ଥିତ “ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ “ବିଜୁ ପଟ୍ଟନାୟକ…

ଠକ ସଂସ୍ଥାର ୧.୨୨ କୋଟି ଟଙ୍କା ଫ୍ରିଜ୍ କଲା ଇଓଡବ୍ଲୁ

ଭୁବନେଶ୍ବର: ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏକ ପୋନଜି ଆପ୍ ଜଏନ୍ ଟ୍ରେଡ୍’ର ୧.୨୨ କୋଟି ଟଙ୍କା ଫ୍ରିଜ୍ କରିଛି। ଅକ୍ଷୟ କୁମାର ଏବଂ ମନୀଷ ପଲଙ୍କ ପରି ବଲିଉଡର ଲୋକପ୍ରିୟ ଅଭିନେତାଙ୍କ ଚିତ୍ର ଦେଇ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ଭ୍ରମିତ କରିବା…

ବର୍ଷାଙ୍କୁ ପ୍ରତିପକ୍ଷ ଓକିଲଙ୍କ ଜେରା

କଟକ: ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତିଙ୍କ ପାରିବାରିକ ବିବାଦ ମାମଲାରେ କଟକ ପରିବାର ଆଡାଲତରେ ଆଜି ଦ୍ୱିତୀୟ ଦିନ ପାଇଁ ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି। ଅନୁଭବଙ୍କ ତରଫରୁ ଦାୟର ଛାଡ଼ପତ୍ର ଆବେଦନ ଉପରେ ଆଜି ପୁନଶ୍ଚ କୋର୍ଟରେ…

ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା ଦୁର୍ଘଟଣା ମାମଲା: ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ

କଟକ: ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା/ବୋଟ ଦୁର୍ଘଟଣାକୁ ନେଇ ଆଗତ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଥିବା ବେଳେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବାଣିଜ୍ୟ ଓ ପରିଵହନ ବିଭାଗ ପକ୍ଷରୁ ଏକ ବିସ୍ତ୍ରୁତ ସତ୍ୟପାଠ ଦାଖଲ କରାଯାଇଛି। ଓଡିଶା ବୋଟ…