Indonesia

ଜାକାର୍ତ୍ତା : ଇଣ୍ଡୋନେସିଆରେ ପୁଣି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତ୍ରୀବତା ୬.୭ ରହିଛି । ଦେଶର ସୁଲାୱେସି ଦ୍ୱୀପ ଅଞ୍ଚଳରେ ହୋଇଥିବା ହଠାତ୍ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ର ମଧ୍ୟ ସୁଲାୱେସି ପ୍ରାନ୍ତ ରାଜଧାନୀ ପାଲୁ ଠାରୁ ୪୬ କିମି ପୂର୍ବ-ଦକ୍ଷିଣ-ପୂର୍ବରେ ହୋଇଛି । ଭୂକମ୍ପର ଗଭୀରତା ୧୦ କିମି ରହିଛି । ଭୂକମ୍ପ ଜନିତ କ୍ଷୟକ୍ଷତି ବିଷୟରେ ଏଯାଏଁ କୌଣସି ଖବର ମିଳିନାହିଁ । ଭୂମିକମ୍ପର କେନ୍ଦ୍ରସ୍ଥଳ ଓ ଗଭୀରତା ନେଇ ଭୂତତ୍ତ୍ୱ ବିଭାଗ ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଘଟଣା ଉପରେ ନଜର ରଖିଛନ୍ତି ।

ପ୍ରଭାବିତ ଅଞ୍ଚଳରେ ପରିସ୍ଥିତିର ଆକଳନ କରାଯାଉଥିବା ବେଳେ ଜରୁରୀକାଳୀନ ଟିମ୍ଗୁଡ଼ିକୁ ସତର୍କ ରଖାଯାଇଛି । ଭୂକମ୍ପ ପରେ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇଛି କି ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ବଡ଼ ଧରଣର କୌଣସି କ୍ଷୟକ୍ଷତିର ଖବର ନଥିବାରୁ ସ୍ଥାନୀୟ ଲୋକେ କିଛି ମାତ୍ରାରେ ଆଶ୍ୱସ୍ତ ଅନୁଭବ କରୁଛନ୍ତି ।

Share