59351b1d 2e08 4a25 8203 d2bc971d1ca6 720x430

ନୂଆଦିଲ୍ଲୀ: ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି । ସୂଚନାନୁସାରେ, ଆରଏଲଡି ୭ ରୁ ୮ଟି ଆସନରେ ମିଳିତ ଭାବେ ଲଢ଼ିବ । ପଶ୍ଚିମ ଉତ୍ତରପ୍ରଦେଶର ଅଧିକାଂଶ ଆସନକୁ ନେଇ ଆରଏଲଡି ସହିତ ମେଣ୍ଟ ହୋଇଛି। ବଡ କଥା ଯେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀଙ୍କ ମଧ୍ୟରେ ଆଲୋଚନା ପରେ ମେଣ୍ଟ ହୋଇଛି। ତେବେ ବଡ କଥା ଯେ ସମାଜବାଦୀ ପାର୍ଟି ଏପର୍ଯ୍ୟନ୍ତ କଂଗ୍ରେସ ସହ ଆସନ ଚୂଡାନ୍ତ କରିନଥିବାବେଳେ ଆରଏଲଡି ସହ ବୁଝାମଣା ହୋଇଛି |

ଏହି ମେଣ୍ଟକୁ ନେଇ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି)ର ମୁଖପାତ୍ର ଅନିଲ ଦୁବେ କହିଛନ୍ତି ଯେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ରାଷ୍ଟ୍ରୀୟ ଲୋକ ଦଳ ସଭାପତି ଚୌଧୁରୀ ଜୟନ୍ତ ସିଂଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସମାଜବାଦୀ ପାର୍ଟି, ଆରଏଲଡି ପାଇଁ କେଉଁ ସିଟ୍ ଛାଡ଼ିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାପୂର୍ବରୁ ଏସପି ନେତା ଅଖିଳେଶ ଯାଦବ ଏବଂ ଆରଏଲଡି ନେତା ସୋସିଆଲ ମିଡିଆ ସାଇଟ ଏକ୍ସରେ ଏକ ଫଟୋ ସେୟାର କରିଛନ୍ତି | ଉଲ୍ଲେଖ ଥାଉ କି ଇଣ୍ଡିଆ ମେଣ୍ଟରେ କଂଗ୍ରେସ ଓ ଏସପି ଥିବାବେଳେ ଉଭୟଙ୍କ ମଧ୍ୟରେ ଏଯାଏଁ କିନ୍ତୁ ଆସନ ବୁଝାମଣା ହୋଇପାରିନାହିଁ |

Share