Andhra odisha border sealed for maoist martyrs week rayagada 750x430

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବାରକୋଟ ଘାଟ ନିକଟ ସୁନାବେଡ଼ା ଜଙ୍ଗଲରେ ଶୁକ୍ରବାର ସକାଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଏବଂ ଡିଏଫଓକୁ ନେଇ ଗଠିତ ସୁରକ୍ଷାବାହିନୀ ଏହି ଅଞ୍ଚଳରେ ସଶସ୍ତ୍ର ମାଓ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ଆଧାରରେ କମ୍ବିଂ ଅପରେସନ୍ ଚଳାଇଥିଲେ।

ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାର ଜବାବରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଭିତରକୁ ଖସି ଯିବାରେ ସଫଳ ହୋଇଥିବା ବେଳେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି। ଏଥିରେ ଉଭୟ ପକ୍ଷରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାରେ ଏସ୍ଓଜି ଯବାନମାନେ ଏକ ମାଓବାଦୀ ଆଶ୍ରୟସ୍ଥଳୀ ଠାବ କରିଛନ୍ତି। ଏଠାରେ ମାଓବାଦୀମାନେ ଲଗାଇଥିବା ୧୦ କେଜିର ଲ୍ୟାଣ୍ଡମାଇନ୍ ଥିଲା। ଯାହାକୁ ସିଆରପିଏଫ ଯବାନମାନେ ବିସ୍ତାର କରିଥିଲେ। ସୁରକ୍ଷା ବାହିନୀ ଏହି ଆଶ୍ରୟସ୍ଥଳରୁ କିଛି ମାଓ ସାହିତ୍ୟ ଏବଂ ସାମଗ୍ରୀ ମଧ୍ୟ ଜବତ କରିଛି।

Share