Telkoi mla premananda nayak resigns from bjd 750x430

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା, ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରେମାନନ୍ଦ ନାୟକ। ଦଳରେ ଅଣଦେଖା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ଗତ ବର୍ଷ ୧୨ ଅକ୍ଟୋବରରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ବାବଦରେ କୌଣସି ସୂଚନା ଦେଇନାହାନ୍ତି ପ୍ରେମାନନ୍ଦ ନାୟକ।

ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ପ୍ରେମାନନ୍ଦଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ରେମାନନ୍ଦ ଅନ୍ୟ କୌଣସି ଦଳରେ ସାମିଲ ହେବେ କି? ଯଦି ସାମିଲ ହେବେ ତେବେ କେଉଁ ଦଳରେ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି।

ଗତ କିଛି ମାସ ହେଲା ଚର୍ଚ୍ଚା ଚାଲିଥିଲା ଯେ ପ୍ରେମାନନ୍ଦ ନାୟକ ଦଳର ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। କିନ୍ତୁ ଏନେଇ ବିଜେଡିରୁ କେହି ମୁହଁ ଖୋଲୁ ନଥିଲେ। ଦଳର କାର୍ଯ୍ୟଧାରାକୁ ନେଇ ପ୍ରେମାନନ୍ଦ ଅସନ୍ତୁଷ୍ଟ ଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଉଭୟ ଜନସମ୍ପର୍କ ପଦଯାତ୍ରା ଏବଂ ବିଜେଡି ପ୍ରତିଷ୍ଠା ଦିବସ ଉତ୍ସବରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ବିଜେଡି ପକ୍ଷରୁ ପ୍ରତ୍ୟେକ ବର୍ଷ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ତେଲକୋଇ ନିର୍ବାଚନମଣ୍ଡଳୀର ହରିଚନ୍ଦନପୁର ବ୍ଲକ୍‌ରେ ପଦଯାତ୍ରା ହୋଇଥିଲା। ଏଥିରେ ବି ବିଧାୟକ ଇଂ ପ୍ରେମାନନ୍ଦ ନାୟକ ସାମିଲ ହୋଇନଥିଲେ।

Share