Screenshot 106 e1707486359374 1024x544 1 750x430

ପୁରୀ: ଚଳିତ ବର୍ଷ ଜୁଲାଇ ୭ ତାରିଖ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମହାପ୍ରଭୁଙ୍କ ମନଲୋଭା ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ଶୁକ୍ରବାର ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ଆସି ପୁରୀରେ ପହଞ୍ଚିଛି। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହା ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲା। ୩ଟି ଟ୍ରକ୍‌ ଯୋଗେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୦୨ ଖଣ୍ଡ ରଥକାଠ ପହଞ୍ଚିଥିଲା। ସେଥିରୁ ୫୦ ଖଣ୍ଡ ଅସନ ଓ ୫୨ ଖଣ୍ଡ ଧଉରା କାଠ ସାମିଲ ରହିଛି।

ସୂଚନାଯୋଗ୍ୟ, ଆସନ୍ତା ୧୪ ତାରିଖ ଦିନ ପବିତ୍ର ଶ୍ରୀପଞ୍ଚମୀ ଦିନ ରଥକାଠ ପୂଜାର୍ଚ୍ଚନା ହେବ। ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି। ଆବଶ୍ୟକୀୟ ମୋଟ ୮୧୨ ଖଣ୍ଡ କାଠ ଚିହ୍ନଟ ନେଇ ଗତ ବର୍ଷ ଡିସେମ୍ବର ୩୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟିମ ଯାଇ ଚିହ୍ନଟ କରିଥିଲେ। ଅବଶିଷ୍ଠ କାଠ ପର୍ଯ୍ୟାୟ କ୍ରମେ ପହଞ୍ଚାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

Share