Img 20240906 Wa0027 669x430

ଭୁବନେଶ୍ୱର: ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ଦ୍ୱନ୍ଦ୍ଵ କରିବା ପାଇଁ ଏଣିକି ଗଡିବ ସୁଭଦ୍ରା ରଥ। ଏନେଇ ସୁଭଦ୍ରା ଯୋଜନା କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ହୋଇଛି। ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ସଂପର୍କରେ ସଚେତନ କରିବା ପାଇଁ ସେପ୍ଟେମ୍ୱର ୭ ରୁ ୧୬ ଯାଏଁ ଗଡିବ ସୁଭଦ୍ରା ସଚେତନତା ରଥ।

ଏହି ରଥ ଭ୍ୟାନ ବିଭିନ୍ନ ବ୍ଲକ ଅଞ୍ଚଳ ଓ ଜିଲ୍ଲା ପରିକ୍ରମା କରିବ। ପ୍ରତ୍ୟେକ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ। ରଥ କେଉଁ ରାସ୍ତାରେ ଯିବ, ତାହାର ନକ୍ସା ସେହି ଅଞ୍ଚଳର ଜଣ ପ୍ରତିନିଧି ଓ ଅଂଶଗ୍ରହଣକାରୀଙ୍କୁ ଜଣାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ନକଲି ୱେବସାଇଟରେ ଯେପରି ଆବେଦନକାରୀ ଆବେଦନ ନ କରନ୍ତି ସେପ୍ରତି ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Share