Bharatpur Ps

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ସେମାନେ ହେଲେ ସବ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଓ ସାଗରିକା ରଥ । ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ। ତା ସହ ଜଣେ କାର୍ଯ୍ୟରତ ସବ ଇନିସ୍ପେକଟରଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ । କ୍ରାଇମବ୍ରାଞ୍ଚ ଆବେଦନକୁ ମଂଜୁର କଲେ କୋର୍ଟ। ପଲିଗ୍ରାଫ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ।

ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫଏସଏଲରେ ହେବ ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ, ପଲିଗ୍ରାଫ ଓ ବ୍ରେନ ପିଙ୍ଗର ପ୍ରିଣ୍ଟିଂ ଟେଷ୍ଟ । ଦୀନକୃଷ୍ଣଙ୍କ ପାଇଁ ପ୍ରଶ୍ନାବଳୀ ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ । ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ଗତ ୧୪ ତାରିଖ ରାତି ପ୍ରାୟ ୨ଟାରେ ଭରତପୁର ଥାନାରେ ଘଟିଥିବା ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ପୀଡ଼ିତା ।  ଏଥିରେ ଦୀନକୃଷ୍ଣ ମିଶ୍ରଙ୍କ ନାଁରେ ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଓ ଅସଦାଚରଣ କରିଥିବା ଅଭିଯୋଗ ରହିଛି। ଏହି ମାମଲା ଥାନାର ଚାରିକାନ୍ଥ ଭିତରେ ଘଟିଛି। ଏହି ଘଟଣାର କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ବର୍ତ୍ତମାନ ସାଇଣ୍ଟିଫିକ ପଦ୍ଧତିରେ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବା ତଦନ୍ତକାରୀ ସଂସ୍ଥାର ଦାୟିତ୍ବ ବୋଲି କୋର୍ଟ କହିଛନ୍ତି।

Share