Cbse 1 1140x570 1 750x430

ନୂଆଦିଲ୍ଲୀ: ୨୦୨୫-୨୬ ମସିହାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅନ୍ୟାନ୍ୟ ଭାଷା ସହିତ ଓଡ଼ିଆ ଭାଷା ରହିବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ବୁଧବାର ଦିନ ସୂଚନା ଦେଇଛି।

ବର୍ଷକୁ ଦୁଇଥର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ସମ୍ପର୍କିତ ଡ୍ରାଫ୍ଟ ମାନଦଣ୍ଡରେ ପଞ୍ଜାବୀ ଅନ୍ତର୍ଭୁକ୍ତ ନଥିବାରୁ ପଞ୍ଜାବ ପକ୍ଷରୁ ଆପତ୍ତି କରାଯାଇଥିଲା। ଯାହା ପରେ ସିବିଏସଇ ଏହି ସ୍ପଷ୍ଟୀକରଣ ଦେଇଛି।

ପଞ୍ଜାବର ଶିକ୍ଷା ମନ୍ତ୍ରୀ ହରଜୋତ ସିଂହ ବୈନ୍ସ ଦଶମରେ ପଞ୍ଜାବୀ ଭାଷାକୁ ବାଦ ଦିଆଯିବା ନେଇ ସୋସିଆଲ ମିଡିଆରେ ଚିନ୍ତା ପ୍ରକାଶ କରିଥିଲେ।

Share