Screenshot 2025 02 28 090028 750x430

କଟକ: ଦରଘାବଜାର ଥାନା ଅଞ୍ଚଳରେ ଅଭାବନାୟୀ ଘଟଣା। ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ। ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମହିଳା ଜାକ୍ତର ଜଣକ ହେଲେ ଅଳକା ରଥ।

ସୂଚନା ମୁତାବକ, ଦରଘାବଜାର ଅଞ୍ଚଳରେ ଅଳକା ରଥ ତାଙ୍କ ପରିବାର ସହ ରୁହନ୍ତି। ଦୀର୍ଘ ଦିନ ହେବ ସେ ମାନସିକ ଅଶାନ୍ତିରେ ରହିଥିଲେ। ହେଲେ ଦୁଃଖର ବିଷୟ ଯେ, ଶୁକ୍ରବାର ସକାଳୁ ଘରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ।

ଏହା ଦେଖି ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚିଛି। ସେଠାରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ତେବେ ମାନସିକ ଅଶାନ୍ତି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି।

Share