Bnkyrngi752p7sujigqq

ନୂଆଦିଲ୍ଲୀ: ଥମୁନାହିଁ ରୁଷ-ୟୁକ୍ରେନ୍‌ ବିବାଦ। ଏହି ଦୁଇ ଦେଶ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧ ବନ୍ଦ୍‌ ହେବା ନେଇ କଥାବାର୍ତ୍ତା ଚାଲିଥିବା ବେଳେ ୟୁକ୍ରେନ୍ ରୁଷ ଉପରେ କରିଛି ଏବ ବଡ଼ ଧରଣର ଆକ୍ରମଣ। ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି । ରୁଷର ଆଣବିକ ବୋମାବର୍ଷୀ ବିମାନ ଥିବା ଘାଟି ଉପରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ କରିଛି । ଏହି ଘାଟିଟି ରୁଷ୍‌-ୟୁକ୍ରେନ୍‌ ସୀମାଠାରୁ ପ୍ରାୟ ୭୦୦ କିମି ଦୂରରେ ଅବସ୍ଥିତ।

ଏମିତି କି ୟୁକ୍ରେନ୍‌- ରୁଷ୍‌ ମଧ୍ୟରେ ଯୁଦ୍ଧବିରତି ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି । ଆକ୍ରମଣ ଯୋଗୁ ଆକାଶରେ ବହୁ ଉଚ୍ଚ ପର୍ଯ୍ୟନ୍ତ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି । ନିକଟରେ ଥିବା କେତେକ ଘର ସହିତ ହସ୍ପିଟାଲ ଆଦି କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟପଟେ ବୁଧବାର ରାତିସାରା ଇସ୍ରାଏଲ ଗାଜା ଉପରେ ବୋମା ବର୍ଷା କରିଛି । ଅନେକ ଘରକୁ ଟାର୍ଗେଟ୍‌ କରି ଇସ୍ରାଏଲ ଆକ୍ରମଣ କରିଥିବାରୁ ଏଥିରେ ମହିଳା, ଶିଶୁଙ୍କ ସମେତ ୯୫ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ଇସ୍ରାଏଲ ବିମାନ ଆକ୍ରମଣରେ ମଙ୍ଗଳବାର କେବଳ ୪୦୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିଲା । ଜାନୁଆରିରେ ଯୁଦ୍ଧବିରତି ହେବାପରେ ଇସ୍ରାଏଲ ପ୍ରଥମ ଥର ପାଇଁ ଗାଜାରେ ସ୍ଥଳ ଅପରେସନ୍‌ ଆରମ୍ଭ କରିଛି । ଗାଜାକୁ ଖାଦ୍ୟ, ଇନ୍ଧନ ସମେତ ଅନ୍ୟାନ୍ୟ ମାନବୀୟ ସହାୟତା ବନ୍ଦ କରି ଦେଇଥିବା ଇସ୍ରାଏଲ ମଧ୍ୟ ହମାସ୍‌ ବିରୋଧରେ ଅପରେସନ୍‌ ଜୋରଦାର କରିବ ବୋଲି ପ୍ରତିଜ୍ଞା କରିଛି ।

Share