Ram Dev 750x430

ନୂଆଦିଲ୍ଲୀ: ପୁଣି ବିବାଦରେ ବାବା ରାମଦେବ। ହମଦର୍ଦ କମ୍ପାନୀର ସର୍ବତ ଉପରେ ରାମଦେବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଗିଦ୍‌ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜଷ୍ଟିସ୍ ଅମିତ ବଂଶଲ ଏକ କଡ଼ା ଆଦେଶ ଜାରି କରିବାକୁ ଚେତାବନୀ ଦେଇ କହିଛନ୍ତି ଯେ, ଏହା ନ୍ୟାୟାଳୟର ଅନ୍ତରାତ୍ମାକୁ ଆଘାତ ଦେଇଛି ଏବଂ ଏହାର କୌଣସି ଯଥାର୍ଥତା ନାହିଁ।

ଅଦାଲତ ରାମଦେବଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ ଗୁରୁ ବାବା ରାମଦେବ ଏପ୍ରିଲ ୩ ତାରିଖରେ ତାଙ୍କ ସର୍ବତ ବ୍ରାଣ୍ଡର ପ୍ରଚାର କରିବା ସମୟରେ ହମଦର୍ଦ କମ୍ପାନୀର ସର୍ବତ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ହମଦର୍ଦର ଓକିଲ ଅଦାଲତଙ୍କୁ କହିଥିଲେ ଯେ, ନିକଟରେ ପତଞ୍ଜଳିର ଗୋଲାପ ସର୍ବତର ପ୍ରଚାର କରିବା ସମୟରେ ରାମଦେବ କହିଥିଲେ ଯେ, ହମଦର୍ଦର ରୁହ ଆଫ୍‌ଜାରୁ ଅର୍ଜିତ ଧନ ମଦ୍ରାସା ଏବଂ ମସଜିଦ ନିର୍ମାଣରେ ବ୍ୟବହୃତ ହୋଇଛି। ପରେ ରାମଦେବ ତାଙ୍କ ମନ୍ତବ୍ୟ ବଦଳାଇ କହିଥିଲେ ଯେ, ସେ କୌଣସି ବ୍ରାଣ୍ଡ କିମ୍ବା ସମ୍ପ୍ରଦାୟର ନାମ ନେଇ ନାହାଁନ୍ତି।

Share