8

ଭୁବନେଶ୍ୱର:  ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିସାନ ଫାର୍ମ ହାଉସ୍ ।  ସିଲ ପରେ ଆରମ୍ଭ ହେଲା ପ୍ରକ୍ରିୟା  । କେନ୍ଦୁଝର ଜିଲ୍ଲା ଗୋପାଳପୁର ମୌଜାରେ ୧୧ ଏକର ପରିମିତ ଜମିରେ ଗଢି ଉଠିଥିବା  ରାଜା ଚକ୍ରର ଫାର୍ମ ହାଉସ୍ ଉପରେ ଚଢ଼ାଉ କରିଥିଲା EOW ।  ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ କରାଯାଇଛି ମାପଚୁପ  । ୧୧ ଏକର ଜମି ମଧ୍ୟରୁ ୭.୪ ଏକର ସରକାରୀ ଜମିରେ ଚିଲଡ୍ରେନ ପାର୍କ,  ଅଲିଶାନ ବଙ୍ଗଳା , ସୁଉଚ୍ଚ ତୋରଣ,  ଆମ୍ବ ବଗିଚା,  ପୋଖରୀ ସହ ରହିଛି କୋଣାର୍କ ଚକ୍ର,  ଅନେକ୍ ଷ୍ଟାଚ୍ୟୁ  ।  ଫାର୍ମ ହାଉସ୍ ଭିତରେ ବିଳାସମୟ କଟେଜ ସହ ପାର୍ଟି ହାଉସ୍  ରହିଛି ।  ସେପଟେ ରାଜା ଚକ୍ର ମାମଲାରେ ଅନ୍ତରୀଣ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ସ୍କାନରରେ ଅଛନ୍ତି ଏକାଧିକ ପ୍ରଭାବଶାଳୀ ବ୍ୟକ୍ତି ।  ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି EOW ଏସପି ।

ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାରେ ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ । ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ରାଜା ଚକ୍ର ସମେତ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲେ। ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ।

ତେବେ କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପଚରାଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।

Share