Zzzzz

ଅହମଦାବାଦ, ୧୯।୬: ଗତ ସପ୍ତାହରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା (ଫ୍ଲାଇଟ AI-171) ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଜଣେ ବ୍ରିଟିଶ ନାଗରିକ ବିଶ୍ୱାସ କୁମାର ରମେଶ ବଞ୍ଚିଥିବା ବେଳେ ଅନ୍ୟ ସମସ୍ତେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକମାନେ ଦୁର୍ଘଟଣା ସ୍ଥଳରୁ ୭୦ ତୋଳା (ପାଖାପାଖି ୭୦୦-୮୦୦ ଗ୍ରାମ) ସୁନା ଅଳଙ୍କାର, ୮୦,୦୦୦ ଟଙ୍କା ନଗଦ ଉଦ୍ଧାର କରିଛନ୍ତି। ଏହି ସମସ୍ତ ଜିନିଷ ପୋଲିସକୁ ହସ୍ତାନ୍ତର କରାଯାଇଛି।
ମିଳିଥିବା ରିପୋର୍ଟ ଅନୁଯାୟୀ, ବିମାନ କ୍ରାସ୍ ହୋଇଥିବା ସ୍ଥାନରୁ ଏଯାବତ୍ ୭୦ ତୋଳା ସୁନା (ପ୍ରାୟ ୮୦୦ ଗ୍ରାମ) ମିଳିସାରିଲାଣି । ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ । ସେହିଭଳି ନଗଦ ୮୦ ହଜାର ଟଙ୍କା ମଧ୍ୟ ମିଳିଛି । ଏବା ବ୍ୟତିତ ଭଗବଦ୍ ଗୀତା ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ମିଳିବା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ଏହି ଉଦ୍ଧାର ହୋଇଥିବା ସୁନା ଅଳଙ୍କାର, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷକୁ ନିଜ ଅଧୀନରେ ରଖିଛି। ଏହାର ମାଲିକାନା ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ସାଧାରଣତଃ ବିମାନ ଦୁର୍ଘଟଣା ପରେ ଉଦ୍ଧାର ହୋଇଥିବା ମୂଲ୍ୟବାନ ସାମଗ୍ରୀ ନିୟମାନୁସାରେ ସଂପୃକ୍ତ ଯାତ୍ରୀଙ୍କ ପରିବାରକୁ ଫେରାଇ ଦିଆଯାଏ। ଯଦି ମାଲିକାନା ଚିହ୍ନଟ କରାଯାଇପାରେ, ତେବେ ଏହା ଆଇନଗତ ପ୍ରକ୍ରିୟା ଅନୁଯାୟୀ ପରିବାରକୁ ହସ୍ତାନ୍ତର କରାଯିବ। ଅନ୍ୟଥା, ଏହା ସରକାରୀ କୋଷାଗାରକୁ ଯାଇପାରେ ବା ଅନ୍ୟ ଆଇନଗତ ବ୍ୟବସ୍ଥା ଅନୁସାରେ ନିଷ୍ପତ୍ତି ନିଆଯାଇପାରେ।
ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଡିଏନଏ ଟେଷ୍ଟ ଏବଂ ଡକ୍ୟୁମେଣ୍ଟାରୀ ଯାଞ୍ଚ ମାଧ୍ୟମରେ ସୁନାର ପ୍ରକୃତ ଉତ୍ତରାଧିକାରୀଙ୍କୁ ଚିହ୍ନଟ କରାଯାଇପାରିବ। ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀ ଏବଂ ୨୮ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାରୁ, ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ଡିଏନଏ ଟେଷ୍ଟ ଜାରି ରହିଛି । ଏହି ପ୍ରକ୍ରିୟା ଆଧାରରେ ସୁନା ଏବଂ ଅନ୍ୟାନ୍ୟ ଜିନିଷର ମାଲିକଙ୍କୁ ମଧ୍ୟ ଚିହ୍ନଟ କରାଯିବ। ଭାରତୀୟ ଆଇନ ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ସମ୍ପତ୍ତି (ଯେପରିକି ସୁନା, ନଗଦ ଟଙ୍କା) ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର କରାଯାଏ। ଯଦି କୌଣସି ଆଇନଗତ ଉତ୍ତରାଧିକାରୀ ସୁନା କିମ୍ବା ଅନ୍ୟାନ୍ୟ ଜିନିଷ ଦାବି କରନ୍ତି ନାହିଁ, ତେବେ ଏହି ଜିନିଷଗୁଡ଼ିକ ଦାବିହୀନ ସମ୍ପତ୍ତି ବର୍ଗରେ ଆସିଥାଏ।
ଭାରତୀୟ ଆଇନ ଅନୁଯାୟୀ, ଏପରି ସମ୍ପତ୍ତି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସରକାରୀ ଦଖଲରେ ରଖାଯାଏ। ଯଦି ଏହି ସମୟ ମଧ୍ୟରେ କୌଣସି ଦାବିଦାର ନ ମିଳେ, ତେବେ ସମ୍ପତ୍ତି ସରକାରଙ୍କ ସମ୍ପତ୍ତି ହୋଇଯାଏ। ଯଦି ଯାତ୍ରୀମାନେ ସେମାନଙ୍କର ଲଗେଜକୁ ବୀମାଭୁକ୍ତ କରିଛନ୍ତି, ତେବେ ଚିହ୍ନଟ ପରେ, ସେମାନଙ୍କ ଉତ୍ତରାଧିକାରୀମାନେ ମଧ୍ୟ ଏହି କ୍ଷତିପୂରଣ ରାଶି ପାଇବେ।

Share