1

ଭଦ୍ରକ: ଭଦ୍ରକ ସହରରେ ଏବେ ମଦ ଓ ଡ୍ରଗସ ମାଫିଆ ସକ୍ରିୟ ହୋଇଛନ୍ତି। କିଛି ମଦ ବେପାରୀ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବାର ଭଦ୍ରକ ଏସପି ମନୋଜ ରାଉତଙ୍କ ନିକଟରେ ଅଭିଯୋଗ ହୋଇଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଭଦ୍ରକ ଚରମ୍ପା ଷ୍ଟେସନ ଅଞ୍ଚଳରେ ଜଣେ ଲୋକଙ୍କ ଘରୁ ବିପୁଳ ପରିମାଣରେ ବିଦେଶୀ ମଦ ରହିଥିବାର ଖବର ପାଇ ଭଦ୍ରକ ଟାଉନ ପୁଲିସ ଚଢ଼ଉ କରିଥିଲେ। ଚଢଉ ବେଳେ ୧୦୦ ଲିଟର ଫରେନ୍ ଲିକର ଓ ଦୁଇଟି ‌ଡିପ୍ ଫ୍ରିଜ୍ ଜବତ କରାଯାଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ତୁଷାର ବେହେରା ଫେରାର ହୋଇଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚାରି ରଖିଛି ବୋଲି ଭଦ୍ରକ ଟାଉନ ପୁଲିସ କହିଛି। ଏହି ଅଞ୍ଚଳରେ ସେ ବହୁଦିନ ହେଲା ଚୋରା ମଦ ବ୍ୟବସାୟ କରୁଥିବା ପୁଲିସ କହିଛି।
ରବିବାର ରାତିରେ ମଧ୍ୟ ଭଦ୍ରକର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବା ନେଇ ପୁଲିସ ସୂଚନା ଦେଇଛି। ଚୋରା ମଦ କାରବାର ରୋକିବା ପାଇଁଭଦ୍ରକ ଟାଉନ ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Share