Law minister prithiviraj harichandan advocates for gurukul system in modern education amf news

ଭୁବନେଶ୍ୱର: ଯାଜପୁର ବ୍ୟାସନଗର ପୌରପାଳିକାରେ ସପ୍ତାହେ ତଳେ ନିର୍ବାହୀ ଅଧିକାରୀ (ଓଆର୍‌ଏସ୍‌)ଙ୍କୁ ତାଙ୍କ କାର୍ଯ୍ୟାଳୟରେ ବନ୍ଦ କରି ୮ ଘଣ୍ଟା ଧରି ଅଟକ ରଖିଥିଲେ ବିଜେଡି ନେତା। ଆଉ ବ୍ୟାସନଗର ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଆମ ସରକାରରେ ଯିଏ ଦୋଷ କରିବ ଦଣ୍ଡ ନିଶ୍ଚିତ ପାଇବ। ଯିଏ ମଧ୍ୟ ସେ ଭଳି ଅନୈତିକ କାମ କରିଛନ୍ତି ତାଙ୍କୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ। ସରକାରଙ୍କ ତରଫରୁ ସେ କଥା ଆମେ ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଉଛୁ।
ଅନ୍ୟପଟେ ଓଆରଏସ ସଂଘ ସଭାପତି କନିସ୍କ ବୋଧସତ୍ତ୍ୱ ଦାସ କହିଛନ୍ତି ଯେ ବ୍ୟାସନଗର ଘଟଣାକୁ ମୁଁ ନିନ୍ଦା କରୁଛି। ଏ ଘଟଣା ବାବଦରେ ମୁଁ ସ୍ଥାନୀୟ ଜିଲାପାଳ ଓ ଏସପିଙ୍କ ସହ କଥା ହୋଇଛି। ସେମାନେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ନ ହେଲେ ସଙ୍ଘ ଏହାର ବିକଳ୍ପ ଚିନ୍ତା କରିବ।
ଉଲ୍ଲେଖ ଥାଉ କି ଯାଜପୁର ବ୍ୟାସନଗର ପୌରପାଳିକାରେ ସପ୍ତାହେ ତଳେ ନିର୍ବାହୀ ଅଧିକାରୀ (ଓଆର୍‌ଏସ୍‌)ଙ୍କୁ ତାଙ୍କ କାର୍ଯ୍ୟାଳୟରେ ବନ୍ଦ କରି ୮ ଘଣ୍ଟା ଧରି ଅଟକ ରଖିଥିଲେ ବିଜେଡି ନେତା। ଏମିତିକି ଔଷଧ ଖାଇବାକୁ ଛାଡ଼ିଲେନି। ଏ ବାବଦରେ ସେ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅଭିଯୋଗ ମଧ୍ୟ କରିଥିଲେ । ତେବେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ |

Share