Zzz

ଜୟପୁର, ୦୬/୦୭: ଆଜି ଜୟପୁରଠାରେ ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେ ଯାତ୍ରା ସମୟରେ ଏକାଧିକ ବିଘ୍ନ ଦେଖାଦେଇଥିଲା। ମାଉସୀ ମା’ ମନ୍ଦିରରୁ ରତ୍ନ ସିଂହାସନ ଅଭିମୁଖେ ଆସୁଥିବା ବଡ଼ରଥଟି ପ୍ରଥମେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଟକି ଯାଇଥିବା ବେଳେ, ପରେ ଏହାର ଦଉଡ଼ି ଛିଣ୍ଡି ଯାଇଥିଲା। ତେବେ, ଉପସ୍ଥିତ ପ୍ରଶାସନ ଓ ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ସମସ୍ତ ବାଧାବିଘ୍ନକୁ ସଫଳତାର ସହ ଦୂର କରାଯାଇ ଯାତ୍ରା ସମ୍ପନ୍ନ ହୋଇଛି।

 ସୂଚନା ପ୍ରକାରେ  ଗତକାଲି ନୀଳାଦ୍ରି ବିଜେ ଅବସରରେ ମାଉସୀ ମା’ ମନ୍ଦିରରୁ ତିନି ଠାକୁର ରତ୍ନ ସିଂହାସନକୁ ବାହୁଡ଼ିବା ପାଇଁ ବଡ଼ରଥ ଟଣା ଆରମ୍ଭ ହୋଇଥିଲା। କିନ୍ତୁ ଯାତ୍ରା ଆରମ୍ଭର କିଛି ସମୟ ପରେ ରଥଟି ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ରଥଟଣାକୁ ସଙ୍ଗେ ସଙ୍ଗେ ବନ୍ଦ କରିଦିଆଯାଇଥିଲା।

8c6a324a a187 4ad1 96f1 4c18bef1eff2

ଘଟଣାସ୍ଥଳରେ ଉପସ୍ଥିତ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଆଲୋଚନା କରି ଏକ କ୍ରେନ୍ ସାହାଯ୍ୟରେ ଅତ୍ୟନ୍ତ ସାବଧାନତାର ସହ ରଥକୁ ବିଦ୍ୟୁତ ତାରଠାରୁ ଦୂରେଇ ଦେଇଥିଲେ। ଏହି ସଫଳ ପ୍ରୟାସ ପରେ ପୁନର୍ବାର ରଥଟଣା ଆରମ୍ଭ ହୋଇଥିଲା।

କିନ୍ତୁ ବିଘ୍ନ ସେତିକିରେ ଶେଷ ହୋଇନଥିଲା। ରଥଟି ଆଉ କିଛି ଦୂର ଆଗକୁ ଯିବା ପରେ ଏହାର ବାମ ପଟ ଦଉଡ଼ିଟି ହଠାତ୍ ଛିଣ୍ଡି ଯାଇଥିଲା, ଫଳରେ ରଥଟଣା ପୁଣିଥରେ ବାଧାପ୍ରାପ୍ତ ହୋଇଥିଲା। ତେବେ, ତୁରନ୍ତ ଛିଣ୍ଡିଯାଇଥିବା ଦଉଡ଼ିକୁ ପୁନଃ ସଂଯୋଗ କରାଯାଇ ରଥଟଣା କାର୍ଯ୍ୟକୁ ସ୍ୱାଭାବିକ କରାଯାଇଥିଲା।

ଏହିଭଳି ବାଧାବିଘ୍ନ ସତ୍ତ୍ୱେ, ଶ୍ରଦ୍ଧାଳୁଙ୍କ ଅତୁଟ ଭକ୍ତି ଓ ପ୍ରଶାସନର ଉଦ୍ୟମ ବଳରେ ରଥଟିକୁ ସଫଳତାର ସହ ଟାଣି ନିଆଯାଇ ରଘୁନାଥ ମନ୍ଦିର ସମ୍ମୁଖରେ ପହଞ୍ଚା ଯାଇଥିଲା। ସେଠାରେ ତିନି ଠାକୁରଙ୍କର ମହାଆଳତି କରାଯିବା ପରେ ଚଳିତ ବର୍ଷର ରଥଯାତ୍ରା ମହୋତ୍ସବ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା।

Share