Ravenshaw University Cuttack

କଟକ: ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅଫ୍ ମାର୍କ। ତେବେ କଟ୍ ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା ବିଶ୍ଵ ବିଦ୍ୟାଳୟ। କଳାରେ ୮୧.୩୩ ପ୍ରତିଶତ, ବିଜ୍ଞାନରେ ୯୧.୮୩ ପ୍ରତିଶତ ଓ ବାଣିଜ୍ୟରେ ୮୦.୨୦ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି।
ସୂଚନା ଅନୁଯାୟୀ, ସାମ୍ସ ପୋର୍ଟାଲ ଜରିଆରେ ଗତ ମେ’ ୨୪ ତାରିଖରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଥିଲା। ଆବେଦନର ଶେଷ ତାରିଖ ଜୁନ ୩୦ ରାତି ରହିଥିଲା। ରାଜ୍ୟରେ ମୋଟ ୨୪୧୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୬୮ ହଜାର ୫୬୭ ଆସନ ରହିଛି। ନାମଲେଖା ପାଇଁ ୪ ଲକ୍ଷ ୭୪ ହଜାର ୮୮୧ ଜଣ ପଞ୍ଜୀକରଣ କରିଥିବାବେଳେ ୪ ଲକ୍ଷ ୪୬ ହଜାର ୨୦୬ ଜଣ ଅନଲାଇନ‌ରେ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୪୧ ହଜାର ୫୪୭ ଜଣ ଦେୟ ପୈଠ କରିଥିଲେ।
ଆଜି ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୮ରୁ ୧୪ ତାରିଖ ମଧ୍ୟରେ ନାମ ଲେଖାଇବେ। ୨୧ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ନାମଲେଖା ୨୩ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବ। ସ୍ପଟ୍ ମେଧା ତାଲିକା ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ। ଅଗଷ୍ଟ ୮ରୁ ୧୩ ମଧ୍ୟରେ ନାମଲେଖା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁଲାଇ ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା ହେବ।

Share