Screenshot 2025 07 16 164346

ଭୁବନେଶ୍ୱର: କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା। ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ ଏଆଇ କ୍ୟାମେରା ଓ ଡ୍ରୋନ୍‌। ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର।

ଲୋକସେବା ଭବନ, ବିଧାନସଭା, ରାଜୀବ ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ସଶସ୍ତ୍ର ପୋଲିସ। କଟକ-ଭୁବନେଶ୍ୱରରେ ମୁତୟନ ହେବେ ସାଦା ପୋଷାକରେ ପୋଲିସ।

ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ବଢିବାରେ ଲାଗିଛି ଉତ୍ତେଜନା। ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା। କଂଗ୍ରେସ, ବାମଦଳ ସମେତ ୮ଟି ରାଜନୈତିକ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

ବିଚାର ବିଭାଗୀୟ ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ। ଗୁରୁବାର ଦିନ ସ୍କୁଲ, କଲେଜ, ଦୋକାନ, ବଜାର ଓ ଗାଡ଼ି ମୋଟର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି। ବନ୍ଦକୁ ସଫଳ କରିବାକୁ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି।

Share