Telugu actor fish venkat sakala

ନୂଆଦିଲ୍ଲୀ: ଆଉ ନାହାନ୍ତି ତେଲୁଗୁ ଅଭିନେତା ଭେଙ୍କଟ ରାଜ। ୫୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ  ଅଭିନେତା ଭେଙ୍କଟ ରାଜଙ୍କ ପରଲୋକ ହୋଇଛି। ତାଙ୍କୁ ସ୍ନେହରେ ପ୍ରଶଂସକ ଏବଂ ପରିଚିତ ଲୋକମାନେ ଫିଶ୍ ଭେଙ୍କଟ ମଧ୍ଯ ଡାକୁଥିଲେ। ଦୀର୍ଘ ଦିନ ଧରି ସେ  କିଡନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେବା ପରେ, ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଭେଙ୍କଟଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଭେଙ୍କଟଙ୍କ କିଡନୀ ସମସ୍ୟା ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା ସତ୍ତ୍ୱେ ଶୁକ୍ରବାର ତାଙ୍କର କିଡନୀ ଫେଲ୍ ହୋଇଥିଲା।

ଆପଣଙ୍କୁ କହି ରଖୁଛୁ ଯେ, ୨୦୦୦ ମସିହାରେ “ସମ୍ମାକ୍କା ସାରାକ୍କା” ଫିଲ୍ମ ଜଗତରେ ପ୍ରବେଶ କରିଥିବା ଏହି ଅଭିନେତା ତେଲେଙ୍ଗାନା ଭାଷା ଏତେ ଉତ୍ସାହର ସହିତ କହୁଥିଲେ ଯେ ଏହା ଲୋକଙ୍କୁ ମତ୍ସ୍ୟଜୀବୀଙ୍କ କଥା ମନେ ପକାଇ ଦେଉଥିଲା। ଯେଉଁଥିପାଇଁ ଲୋକମାନେ ତାଙ୍କୁ ମତ୍ସ୍ୟଜୀବୀ ବୋଲି କହିବା ଆରମ୍ଭ କଲେ, ସେହିଠାରୁ ତାଙ୍କର ନାମ ‘ଫିସ୍’ ଭେଙ୍କଟ ହୋଇଥିଲା।

Share