Screenshot 2025 07 26 080725 750

ବାଲେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା । ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ବୃଦ୍ଧି ହେଲା ଜେଲ ଅବଧି। ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହୋଇଥିବା ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି ହୋଇଛି। ବିଚାର ବିଭାଗୀୟ ହାଜତ ଅବଧି ଆଉ ୧୪ ଦିନ ବୃଦ୍ଧି କରାଯାଇଛି।

ଗତକାଲି ଭିସିରେ ଏସଡିଜେଏମଙ୍କ ନିକଟରେ ହାଜର ହୋଇଥିଲେ ସମୀର। ଜୀବନ ହରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିଲେ ଅଧ୍ୟାପକ ସମୀର ସାହୁ। ଅଧ୍ୟାପକ ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରିଥିବା ବେଳେ ତାହା ନାମଞ୍ଜୁର ପରେ ଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସେପଟେ ଘଟଣାକୁ ୧୫ ଦିନ ବିତିଲାଣି । ଅଧ୍ୟାପକ ଓ ପ୍ରିନ୍ସପାଲଙ୍କ ବ୍ୟତିତ, ଛାତ୍ରୀ ମୃତ୍ୟୁ ଘଟଣାରେ ଆଉ କିଏ ଦାୟୀ, ତାର ତନାଘନା ତଦନ୍ତ ଚଲାଇଛି କ୍ରାଇମବ୍ରାଞ୍ଚ। ବାଲେଶ୍ୱର ଘଟଣାକୁ ସୁପ୍ରିମକୋର୍ଟ ଲଜ୍ଜାଜନକ କହିବା ପରେ, ଘଟଣାର ତଦନ୍ତକୁ ଚୂଡ଼ାନ୍ତ ସ୍ତରରେ ପହଞ୍ଚାଇବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି।

Share