Kantabanji 1

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଧୂବାପଡାରୁ ରାଜ୍ୟ ବାହାରକୁ ଯିବାକୁ ଥିବା ୫୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ। ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ଦାଦନ ସର୍ଦ୍ଦାର ଘର ଭିତରୁ ସେମାନଙ୍କୁ ପୁଲିସ ଉଦ୍ଧାର କରିଛି। ଶ୍ରମିକମାନଙ୍କ ମଧ୍ୟରୁ ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆର ଥାନା ବରଗାଁ ଅଞ୍ଚଳର ୨୫ଜଣ, ବୋଡେ଼ନ ବ୍ଲକ ମୁଡସିଲ ଗାଁର ୧୦ଜଣ ଏବଂ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଗାଁର ୨୦ ଜଣ ବୋଲି ଜଣାପଡିଛି।

ଶ୍ରମ ବିଭାଗର ୨ଜଣ ଅତିରିକ୍ତ ଶ୍ରମ ଅଧିକାରୀ ଅଭୟ ମହାକୁଡ଼ ଓ ବିଶ୍ୱଜିତ ରାଉତ କଣ୍ଟାବାଞ୍ଜି ଥାନାରେ ଉପସ୍ଥିତ ରହି କାଗଜପତ୍ର ଯାଞ୍ଚ କରିଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ, ୧୬ ମହିଳା ଓ ୧୪ ଶିଶୁ ରହିଛନ୍ତି। ବଲାଙ୍ଗୀର ଏସପିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଏସପିଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ କରୁଛନ୍ତି।

Share