V67gg6fs asim munir imran khan 625x300 28 november 25

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କ୍ରିକେଟଜଗତର ଷ୍ଟାର ଥିବା ଇମ୍ରାନ ଖାନ ଗତ ଦୁଇ ବର୍ଷ ଧରି ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ଗତଏକ ମାସ ହେବ ଇମ୍ରାନ ଖାନଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ କୌଣସି ପରିସ୍ଥିତିରେ ଭେଟିବାକୁ ଦିଆଯାଉ ନାହିଁ।
ଏଭଳି ସମୟରେ ସୋସିଆଲ ମିଡିଆରେ ଖବର ପ୍ରସାରିତ ହେଉଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ପରଲୋକ ହୋଇଛି । ଏହି ଖବର ପାଇବା ପରେ ହଜାର ହଜାର ଲୋକ ଆଦିଆଲା ଜେଲ ବାହାରେ ଏକାଠି ହୋଇ ପ୍ରତିବାଦ କରିବା ଆରମ୍ଭ କରି ଦେଇଛନ୍ତି। ବଢ଼ୁଥିବା ଗୁଜବ ମଧ୍ୟରେ, ଜେଲ ପ୍ରଶାସନ କହିଛନ୍ତି ଯେ, ଇମ୍ରାନ ଖାନ ଜେଲରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ। ଇମ୍ରାନଙ୍କୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରାଯାଇ ନାହିଁ ।
ଇମ୍ରାନଙ୍କୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ଏଭଳି ସମୟରେ ଇମ୍ରାନ ଖାନଙ୍କ ପୁରୁଣା ଲେଖା ଘଟଣାକୁ ଆହୁରି ଗରମ କରି ଦେଇଛି। ୨୦୨୪ ମଇ ୨ ତାରିଖରେ ବ୍ରିଟେନର ଟେଲିଗ୍ରାଫରେ ଇମ୍ରାନଙ୍କ ଏକ ଲେଖା ଛପା ଯାଇଥିଲା। ଯେଉଁଥିରେ ଇମ୍ରାନ ଲେଖିଥିଲେ, ‘ସାମରିକ ପ୍ରତିଷ୍ଠାନ ମୋ ବିରୋଧରେ ସମସ୍ତ ଉପାୟ ଆପଣାଇ ସାରିଛନ୍ତି। ଏବେ ମୋ ଜୀବନ ପ୍ରତି ବିପଦ ରହିଛି। ଯଦି ମୋର କିମ୍ବା ମୋ ପତ୍ନୀଙ୍କ ସହିତ କିଛି ହୁଏ, ତେବେ ଏଥିପାଇଁ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ସିଧାସଳଖ ଦାୟୀ ରହିବେ।’
ଇମ୍ରାନ ଖାନଙ୍କ ସମର୍ଥକମାନେ ଆଦିଆଲା ଜେଲ ବାହାରେ ଏକାଠି ହୋଇ ନିରନ୍ତର ପ୍ରଶ୍ନ କରୁଛନ୍ତି ଯେ, ଯଦି ସେ ସୁସ୍ଥ ଅଛନ୍ତି ତେବେ ତାଙ୍କୁ କାହିଁକି ଭେଟିବାକୁ ପ୍ରତିବନ୍ଧକ ଲଗାଯାଇଛି। ଜେଲ ଭିତରେ କ’ଣ ଘଟୁଛି ସେ ବିଷୟରେ ସରକାର ଏବଂ ସେନାର ନୀରବତା ପିଟିଆଇ ସମର୍ଥକଙ୍କ ସନ୍ଦେହକୁ ଆହୁରି ବଢାଇ ଦେଇଛି।
ଇମ୍ରାନ ଖାନଙ୍କ ସାନ ପୁଅ କାସିମ ଖାନ ବ୍ରିଟେନରୁ ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି, ‘ବାପାଙ୍କୁ ଗତ ଛଅ ସପ୍ତାହ ଧରି ବିଚ୍ଛିନ୍ନ ରଖାଯାଇଛି ଏବଂ ପରିବାର ଜାଣିନାହିଁ ଯେ ସେ କିପରି ଅଛନ୍ତି। ଏହା କେବଳ ଏକ ସୁରକ୍ଷା ବାହାନା ନୁହେଁ ବରଂ ଏକ ପ୍ରକାର ଷଡ଼ଯନ୍ତ୍ର। ଯଦି ବାପାଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପାକିସ୍ତାନ ସରକାର ଏଥିପାଇଁ ସିଧାସଳଖ ଦାୟୀ ରହିବେ।

Share