Untitled 2025 11 28 10 42 35

ଜଗତସିଂହପୁର: ଜଗତସିଂହପୁର ସହର ଚର୍ଚ୍ଚିକା ବଜାରସ୍ଥିତ ମା ଚର୍ଚ୍ଚିକାଙ୍କ ମନ୍ଦିରରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଦୁର୍ବୃତ୍ତ ବିଗ୍ରହଙ୍କ ସୁନା ଆଖି, ହାର, ଚିତା ଆଦି ଲୁଟି ନେଇଛନ୍ତି | ଲୁଟ୍ ଅଳଙ୍କାରର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପୂଜକ ସସସ୍ତ ନୀତି ସାରିବା ପରେ ପହୁଡ଼ ପକାଇ ଘରକୁ ଯାଇଥିଲେ। ଆଜି ସକାଳୁ ପୂଜକ ପହଡ଼ ଖୋଲିବା ପରେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ।
ମନ୍ଦିର ବାମ ପାର୍ଶ୍ୱରେ ଥିବା କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଭିତରେ ପଶିବା ସହ ଲୁଟପାଟ୍ କରିଥିଲେ | ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|

Share