Presentation1 39

ନୂଆଦିଲ୍ଲୀ : ବର୍ଷାରେ ଧୋଇଗଲା ଟି-୨୦ ବିଶ୍ବକପର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ। ଶ୍ରୀଲଙ୍କାର କଲମ୍ବୋରେ ହେବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା ଯୋଗୁ ରଦ୍ଦ କରାଯାଇଛି । ଫଳରେ ଦୁଇ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି । ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ଆସନ୍ତାକାଲି ଅର୍ଥାତ ରବିବାର ହେବ ସୁପର ଫାଇଟ । ଅର୍ଥାତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ସୁପର-୮ ର ଦ୍ବିତୀୟ ମ୍ୟାଚ । ସୁପର-୮ରେ ପ୍ରଥମ ମୁକାବିଲା ଲଢ଼ିବାକୁ ଯାଉଛି ଭାରତ । ତେବେ ମ୍ୟାଚଟି ବହୁତ ଦମଦାର ହେବ ବୋଲି ଆଶା କରୁଛନ୍ତି କ୍ରିଡା ପ୍ରେମୀ ।

Share