Doctor v

ନରସିଂହପୁର : ନକଲି ଡାକ୍ତରଙ୍କୁ ମାଡ଼ି ବସିଲା ପୋଲିସ । ବଡମ୍ବା ଥାନା ଅନ୍ତର୍ଗତ ସୁନାପାଳ ବଜାର ନିକଟରେ ଗର୍ଭପାତ କରାଇବା ବେଳେ ନକଲି ଡାକ୍ତର ଜୟନ୍ତ ବସ୍ତିଆଙ୍କୁ ଗିରଫ କଲା ବଡମ୍ବା ପୋଲିସ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳା ଉଦ୍ଧାର ହୋଇଛନ୍ତି ।

ରକ୍ତପାତ ଅବସ୍ଥାରେ ଉଦ୍ଧାର ହେଲେ ଜଣେ ମହିଳା । ନକଲି ଡାକ୍ତର ଜୟନ୍ତ ବସ୍ତିଆ ଗତ କିଛି ବର୍ଷ ଧରି ସୁନାପାଳ ନିକଟରେ ବେଆଇନି ଗର୍ଭପାତ କ୍ଲିନିକ ଚଳାଇଥିଲେ । ଗର୍ଭ ନଷ୍ଟ କରିବା ପାଇଁ ଗତ ୧୨ ବର୍ଷ ହେବ ଏଠାରେ ଦିନରାତି ଲୋକଙ୍କ ଭିଡ଼ ଲାଗୁଥିଲା । ଏକ ମେସିନ ସାହାଯ୍ୟରେ ଏଠାରେ ଭୃଣ ନିରୂପଣ ମଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ବଡମ୍ବା ପୋଲିସ ଏସଆଇ ବିଶ୍ୱ ବନ୍ଦିତା ସାହୁ ଗର୍ଭ ନଷ୍ଟ ବାହାନାରେ ଯାଇ ରେଡ଼ କରିଥିଲେ। ବଡମ୍ବା ପୋଲିସ ଏସଆଇ ବିଶ୍ୱ ବନ୍ଦିତା ସାହୁ ଗର୍ଭ ନଷ୍ଟ ବାହାନାରେ ଯାଇ ରେଡ଼ କରିଥିଲେ । ବଡମ୍ବା ଥାନା ଅଧିକାରୀ ପରମାନନ୍ଦନାୟକ ଏହି ଘଟଣା ର ତଦନ୍ତ କରିବା ସହ ଥାନା କେସ ନମ୍ବର ୧୪୧/୨୦୨୬ ରେ ମାମଲା ରୁଜୁ କରିଛନ୍ତି ।

Share