ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବଡ଼ ବୟାନ। ଇରାନ ସହିତ ଚାଲିଥିବା ଯୁଦ୍ଧ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ଏହି ଯୁଦ୍ଧ ବହୁତ ସୁରୁଖୁରୁରେ ଆଗକୁ ବଢୁଛି ଏବଂ ଏହା ଖୁବ୍ ଶୀଘ୍ର ଶେଷ ହୋଇପାରେ। ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ଇରାନ ସହିତ ଏକ ଚୁକ୍ତି ହେବାର ସମ୍ଭାବନା ଅତି ନିକଟତର । ଏହି ସପ୍ତାହ ଶେଷ ସୁଦ୍ଧା ପାକିସ୍ତାନର ଇସଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇପାରେ । ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଅସ୍ତ୍ରବିରତି ଲାଗୁ ହୋଇଛି ।
ଏହା ଇରାନ ସହ ବୃହତ ଶାନ୍ତି ପ୍ରକ୍ରିୟା ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ଟ୍ରମ୍ପ କହିଛନ୍ତି । ଇରାନ ନିଜର ସମୃଦ୍ଧ ୟୁରାନିୟମ ହସ୍ତାନ୍ତର କରିବାକୁ ଏବଂ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ର ପ୍ରସ୍ତୁତ ନକରିବାକୁ ନୀତିଗତ ଭାବେ ସମ୍ମତି ପ୍ରକାଶ କରିଛି । ଯଦିଓ ଆଲୋଚନା ଚାଲିଛି, ଆମେରିକା ଏବେ ମଧ୍ୟ ଇରାନର ବନ୍ଦରଗୁଡ଼ିକୁ ନୌସେନା ଦ୍ୱାରା ଅବରୋଧ କରି ରଖିଛି, ଯାହାଫଳରେ ତେହେରାନ ଉପରେ ଚାପ ବଜାୟ ରହିବ ।

