• କଳାବଜାରୀ ଓ ସାର ମହଜୁଦକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ଗୋଦାମକୁ ସମୟ ସମୟରେ ଯାଞ୍ଚ କରାଯାଉ। ଜିଲ୍ଲାପାଳ ମାନେ ହଠାତ ପରିଦର୍ଶନରେ ଯାଇ ଯାଞ୍ଚ କରନ୍ତୁ। ବେନିୟମ ସାର ମହଜୁଦକାରୀଙ୍କ ବିରୋଧରେ FIR କରି ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉ ବୋଲି ସେ କହିଥିଲେ।
  • ସାର ଯୋଗାଣର ଏହି ପରିସ୍ଥିତି ସମୟରେ ଯେପରି ପଡୋଶୀ ରାଜ୍ୟକୁ ସାର ଚୋରାଚାଲଣ ନହୁଏ ସେଥିପାଇଁ ପୋଲିସ ଓ କୃଷି ବିଭାଗ ମିଳିତ ଭାବେ ସୀମାନ୍ତ ଅଞ୍ଚଳର ଚେକପୋଷ୍ଟ ଗୁଡିକ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, Fertiliser Movement Control Order ଅନୁଯାୟୀ ପ୍ରତ୍ୟେକ ସନ୍ଦେହ ଜନକ ଗାଡିର ଯାଞ୍ଚ ହେବା ଜରୁରୀ।
  • ବେଳେବେଳେ ଶିଳ୍ପ କ୍ଷେତ୍ରରେ ରେଜିନ୍, ପ୍ଲାଇଉଡ କିମ୍ବା ପଶୁଖାଦ୍ୟ ଶିଳ୍ପକୁ ଚାଷପାଇଁ ଉଦ୍ଦିଷ୍ଟ ସବସିଡ୍‌ଯୁକ୍ତ ୟୁରିଆ ଚୋରାଚାଲଣ ହେବାର ଆଶଙ୍କା ଥାଏ। ତେଣୁ, ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗୁଡିକ ଏହାର ଯାଞ୍ଚ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।
  • ପଞ୍ଚାୟତ ସ୍ତରରେ ସାରର ଉପଲବ୍ଧତା ଏବଂ ଯୋଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରୀତ କରିବା କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ନିରୀକ୍ଷଣ ସମିତି (ନିଗ୍‌ରାନୀ ସମିତି) ଗଠନ କରାଯାଉଛି। ସୂଚନାଯୋଗ୍ୟ ରାଜ୍ୟରେ ୬୭୯୪ଟି ଗ୍ରାମପଞ୍ଚାୟତ ଥିବା ବେଳେ, ତନ୍ମଧ୍ୟରୁ ୬୨୨୯ଟି ପଞ୍ଚାୟତରେ ଏହା ଗଠନ କରାଯାଇଛି। ବାକି ୫୬୫ଟି ପଞ୍ଚାୟତରେ ବାକି ଅଛି।  ଏହାକୁ ଦୁଇ-ତିନ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
  • ଚାଷୀମାନେ ଯେପରି ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଠିକ୍ ଭାବେ ପାଇପାରିବେ ସେଥିପାଇଁ ଚାଷୀମାନଙ୍କର ଡିଜିଟାଲ ପଞ୍ଜୀକରଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୪ ଲକ୍ଷ ଚାଷୀଙ୍କ ମଧ୍ୟରୁ ୧୫ ଲକ୍ଷ ଚାଷୀଙ୍କର Digital Farmer ID  କରାଯାଇଛି। ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀ ସମସ୍ତ ପ୍ରକାର ସରକାରୀ ସୁବିଧା ଓ ସହାୟତା ଠିକ୍ ଭାବେ ପାଇବା ସହିତ ସାର ବଣ୍ଟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଆସିପାରିବ।
  • ଚାଷୀମାନଙ୍କୁ ୟୁରିଆ ପରି ଅଧିକ କେମିକାଲ ସାର ବ୍ୟବହାର ନକରି ସନ୍ତୁଳିତ ସାର ପ୍ରୟୋଗ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜୈବିକ ସାର, ନାନୋ ୟୁରିଆ ପ୍ରଭୃତି ବିକଳ୍ପ ସାର ବ୍ୟବହାର କରିବା ପାଇଁ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
  • ବିଭିନ୍ନ ସାର ବିକ୍ରୟ କେନ୍ଦ୍ର ମାନଙ୍କରେ ସାରର ଷ୍ଟକ୍ ପରିମାଣ ଓ ଏହାର ଦାମ୍ ସଂପର୍କରେ ତଥ୍ୟ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଯେପରି ବୁଝି ପାରିବେ, ତାକୁ ଧ୍ୟାନରେ ଓଡ଼ିଆ ଭାଷାରେ ବଡ ବଡ ଅକ୍ଷରରେ ଏହି ତଥ୍ୟ ପ୍ରଦର୍ଶନ କରିବା ଅତ୍ୟନ୍ତ ଜରୁରୀ। ଏହା ସହିତ ରାଜ୍ୟର ପ୍ରତ୍ୟେକ ସବ୍ ଡିଭିଜନ ରେ ଥିବା electronic display boardରେ ମଧ୍ୟ ଏହି ତଥ୍ୟ ପ୍ରଦର୍ଶିତ କରିବାକୁ ସେ ପରାମର୍ଶ ଦେଇଥିଲେ।