ନୂଆଦିଲ୍ଲୀ : କାଟ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍ । ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍ । ବିଲ୍ ବିରୋଧରେ ୨୩୦ ଭୋଟ ପଡିଥିଲା। ସପକ୍ଷରେ ପଡିଥିଲା ୨୯୮ ଭୋଟ। ଭୋଟିଂରେ ମୋଟ ୫୨୮ ସଦସ୍ୟ ସାମିଲ ହୋଇଥିଲେ।
୨୦୨୯ ମସିହାରେ ବିଧାନସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଏବଂ ଲୋକସଭାର ଆସନ ସଂଖ୍ୟା ବୃଦ୍ଧି କରିବା ପାଇଁ ଏକ ସମ୍ବିଧାନ ସଂଶୋଧନ ବିଲ୍ ଶୁକ୍ରବାର (୧୭ ଏପ୍ରିଲ୍, ୨୦୨୬) ନିମ୍ନ ସଦନରେ ଫେଲ ମାରିଥିଲା । ୨୯୮ ଜଣ ସଦସ୍ୟ ବିଲ୍ ସମର୍ଥନରେ ଭୋଟ୍ ଦେଇଥିଲେ, ୨୩୦ ଜଣ ସାଂସଦ ଏହାର ବିପକ୍ଷରେ ଭୋଟ୍ ଦେଇଥିଲେ । ଆବଶ୍ୟକ ଦୁଇ-ତୃତୀୟାଂଶ ବହୁମତ ହାସଲ ନକରିବା ପାଇଁ ବିଲ୍ ପାସ ହୋଇପାରିନଥିଲା। ପରବର୍ତ୍ତୀ ସମୟରେ, ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଫେଲ ହେବା ପରେ କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ୍ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ମହିଳା କୋଟା ସଂଶୋଧନ ବିଲ୍ ସହିତ ଆଗକୁ ବଢ଼ିବ ନାହିଁ।
ଏହି ସମୟରେ, ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର (୧୭ ଏପ୍ରିଲ୍, ୨୦୨୬) ବିତର୍କର ଉତ୍ତର ଦେଇଥିଲେ । ସେ କହିଥିଲେ ଯେ ସୀମା ନିର୍ଦ୍ଧାରଣ ମାଧ୍ୟମରେ ଭୋଟର ଏବଂ ସାଂସଦଙ୍କ ଅନୁପାତରେ ଅସନ୍ତୁଳନକୁ ସଂଶୋଧନ କରାଯାଇପାରିବ । ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ କ୍ଷମତାରେ ଥିବା ସମୟରେ ଲୋକମାନଙ୍କୁ ସୀମା ନିର୍ଦ୍ଧାରଣରୁ ବଞ୍ଚିତ କରିଥିଲା ଏବଂ ଏହା ଏବେ ବି ସମାନ କରୁଛି।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ତାଙ୍କ ଭାଷଣ ସମୟରେ କହିଥିଲେ ଯେ ସମ୍ବିଧାନ ସଂଶୋଧନ ବିଲ୍ର ମହିଳା ସଂରକ୍ଷଣ ସହିତ କୌଣସି ସମ୍ପର୍କ ନାହିଁ, କିନ୍ତୁ ଏହା ଦକ୍ଷିଣ, ଉତ୍ତର-ପୂର୍ବ ଏବଂ ଛୋଟ ରାଜ୍ୟଗୁଡ଼ିକରୁ ପ୍ରତିନିଧିତ୍ୱ ହଟାଇ ଦେଶର ନିର୍ବାଚନ ମାନଚିତ୍ରକୁ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ଏକ ପ୍ରୟାସ, ଯାହା “ଏକ ରାଷ୍ଟ୍ର ବିରୋଧୀ କାର୍ଯ୍ୟଠାରୁ କମ୍ ନୁହେଁ”। ସଂସଦକୁ ଦିନକ ପାଇଁ ମୁଲତବୀ ରଖାଯାଇଛି, ଏବଂ ଶନିବାର ଏପ୍ରିଲ 18, 202) ରେ ପୁଣି ଥରେ ବୈଠକ ହେବ ।

