Temple

ପିପିଲି : ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ବରାଳ ବାଲୁଙ୍କେଶ୍ୱର ମନ୍ଦିର ସହ ଶୈବ ପୀଠକୁ ବୋମା ପକାଇ ଉଡାଇ ଦେବାକୁ ଧମକ  l  ଫୋନ୍ ପେ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ପଠାଇବାକୁ ମନ୍ଦିର ସେବାୟତଙ୍କୁ ଧମକ ଦେଇଛନ୍ତି ଜଣେ ମହିଳା  l  ଟଙ୍କା ନ ଦେଲେ ମନ୍ଦିରକୁ ସମ୍ପୂର୍ଣ୍ଣ ବୋମାରେ ଉଡାଇ ଦିଆଯିବ ବୋଲି ଧମକ ଦିଆଯାଇଛି  l  ମନ୍ଦିର ସେବାୟତଙ୍କୁ ଏକ ଅଜଣା ନମ୍ବରରୁ ଆସିଛି ଧମକ l ଏନେଇ ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଧମକ ମିଳିଥିବା ସେବାୟତଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପିପିଲି ରିପୋର୍ଟର ଦିବାକର ଷଡ଼ଙ୍ଗୀ l

Share