ନୂଆଦିଲ୍ଲୀ : ହୋଇପାରୁନି ବୁଝାମଣା। ହର୍ମୁଜ ପ୍ରଣାଳୀରେ ଗୁଳିର ଶଦ୍ଦ। ୨ଟି ଜାହାଜ ହର୍ମୁଜ ପାରି ଉଦ୍ୟମ ବେଳେ ଗୁଳି ଶଦ୍ଦ ଶୁଣିବାକୁ ମିଳିଛି। କିନ୍ତୁ କେଉଁ ଦେଶର ଜାହାଜ ହର୍ମୁଜ ପାର ହେଉଥିଲା, ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୁଣି ହର୍ମୁଜ ପ୍ରଣାଳୀ ଉପରେ ଇରାନ୍ କଟକଣା ଲଗାଇଛି। ଏହି ଜଳପଥ ଖୋଲିବା ନେଇ ଇରାନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ଓହରି ଯାଇଛି । ଆମେରିକା ଯୁଦ୍ଧ ବିରାମ ସର୍ତ୍ତ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଇରାନ ହର୍ମୁଜକୁ ପୁଣିଥରେ ବନ୍ଦ କରି ଦେଇଛି ।
ଇରାନୀ ସଂସଦର ରାଷ୍ଟ୍ରୀୟ ସୁରକ୍ଷା ସମିତିର ପ୍ରମୁଖ ଇବ୍ରାହିମ ଅଜିଜ କହିଛନ୍ତି, ଏବେ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଥିବା ସମସ୍ତ ବାଣିଜ୍ୟକ ଜାହାଜ ଆଇଆରଜିସି ନୌସେନାର ଅନୁମତି ନେବାକୁ ହେବ । ଇରାନର ଏହି ଆକ୍ରମକ ପଦକ୍ଷେପ ପରେ ଆମେରିକା ସହିତ ଚରମ ସୀମାରେ ପହଞ୍ଚିଛି । ଇରାନ ସେନା ଘୋଷଣା କରିଛି କି, ହର୍ମୁଜ ପ୍ରଣାଳୀରେ ପୁଣିଥରେ ସେନାର ନିୟନ୍ତ୍ରଣ ରହିବ । ଆମେରିକା ବାରମ୍ବାର ନିୟମ ଉଲ୍ଲଙ୍ଘନ କରୁଛି । ହର୍ମୁଜ ପ୍ରଣାଳୀ ଖୋଲିବାର କିଛି ଘଣ୍ଟା ପରେ ଇରାନୀ ବନ୍ଦରରେ ଲୁଟ୍ ହେବା ପରେ ପରିସ୍ଥିତି ନଜର ଆସିଥିଲା । ଏହାର କିଛି ଘଣ୍ଟା ପରେ ଦୁଇଟି ଜାହାଜ ଉପରେ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି ।

