Killed 1 300x171

ପୋଲସରା: ସମ୍ପର୍କୀୟ ଭାଇ ସାଜିଲା ହତ୍ୟାକାରୀ । ଅପହରଣ ପରେ ଭାଇକୁ ହତ୍ୟା କଲା ଭାଇ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳ ତେନ୍ତୁଳିଆ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାଜଦୀପ ସାହୁ । ଗତ ଗୁରୁବାରଠୁ ସେ ନିଖୋଜ ଥିଲେ । ଏନେଇ ପୋଲସରା ଥାନାରେ ଅଭିଯୋଗ କରିଥିଲେ ପରିବାର ।

ଶୁକ୍ରବାର ସକାଳେ ରାଜଦୀପଙ୍କ ପରିବାରକୁ ଫୋନ କରି ୪୦ ଲକ୍ଷ ଟଙ୍କା ଦାବି କରିଥିଲେ । ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଟ୍ରାକିଂ କରି ସେମାନଙ୍କ ନିକଟରେ ପହଂଚିଥିଲା । ପରେ ସୋରଡା ଥାନା ଦାରିଙ୍ଗିବାଡି ଘାଟି ନିକଟରୁ ମୃତଦେହ ଜବତ କରିଥିଲା ପୋଲିସ । ଘଟଣାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ସେହିପରି, ଆନନ୍ଦପୁରରେ ମଧ୍ୟ ସମସାନ ଘଟଣା ଦେକିବାକୁ ମିଳିଛି । ବଡ଼ଭାଇକୁ ସାନଭାଇର ମରଣାନ୍ତକ ଆକ୍ରମଣ । ଫିକା ପଡ଼ିଲା ରକ୍ତ ସମ୍ପର୍କ । ଝଗଡ଼ାକୁ ନେଇ ବଡ଼ଭାଇ ଘରେ ଶୋଇଥିବାବେଳେ ମାରଣାସ୍ତ୍ରରେ ହାଣି ପକାଇଲା ସାନ ଭାଇ । ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ନାଥ ମୁଣ୍ଡାକୁ ଭର୍ତ୍ତି କରାଯାଇଛି ।

Share