Bhu 1

ନୂଆଦିଲ୍ଲୀ: ଫିରୋଜାବାଦର ଶିକୋହାବାଦ ସହରରେ ଥିବା ଏଗକ ପନିପରିବା ଏବଂ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୫୦ରୁ ୬୦ ଦୋକାନ ଜଳିପୋଡି ପାଉଁଶ ହେବା ସହିତ ଲକ୍ଷାଧିକ ଜିନିଷ ପୋଡି ଛାରଖାର ହୋଇଯାଇଛି । ବଜାରରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଫିରୋଜାବାଦର ଶିକୋହାବାଦ ସ୍ଥିତ ପରିବା ହାଟରେ ଗତକାଲି ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଆଉ ନିଆଁ ଦେଖୁ ଦେଖୁ ୫୦ରୁ ୬୦ ଦୋକାନକୁ ବ୍ୟାପୀ ଯାଇଥିଲା । ନିଆଁ ବ୍ୟାପିବାରୁ କେବଳ ପରିବା ଦୋକାନ ନୁହେଁ, ଡ୍ରେସ ଦୋକାନ ମଧ୍ୟ ଜଳିଯାଇଥିଲା । ଫଳରେ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ପ୍ରାୟ ଦୋକାନରେ ଜିନିଷ ସହିତ ଟଙ୍କା ପଇସା ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ପରେ ଘଟଣା ବିଷୟରେ ଖବର ପାଇ ପୁଲିସ୍‌ ଏବଂ ଦମକଳ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ୩ ଘଣ୍ଟା କଠିନ ପରିଶ୍ରମ କରିବା ପରେ ଅଗ୍ନିଶମ ଟିମ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଛି ।

Share