ମୟୂରଭଞ୍ଜ : ଜନଗଣନାରେ ଯାଇ ଶିକ୍ଷୟିତ୍ରୀ ନିଖୋଜ । ନିଖୋଜ ଶିକ୍ଷୟିତ୍ରୀ ବାରିପଦା ବ୍ଲକ ଢେଙ୍କିନେଞ୍ଜିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜ୍ୟୋତ୍ସ୍ନାରାଣୀ ସାହୁ । ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି । ଶିକ୍ଷୟତ୍ରୀ ଜଣଙ୍କ ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲରେ ମାତ୍ର ୬ମାସ ହେବ ନୂତନ ଭାବେ ନିଯୁକ୍ତି ପାଇଥିଲେ ।
ସଂଧ୍ୟା ସୁଦ୍ଧା କୌଣସି ପତ୍ତା ନମିଳିବାରୁ ବାରିପଦା ସଦର ଥାନାରେ ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀଙ୍କ ଘର ମାଲିକ ସୁରେଶ ଚନ୍ଦ୍ର ସି । ପୋଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହ ସ୍ଥାନୀୟ ଅଞ୍ଚଳ ଏବଂ ଶିକ୍ଷୟତ୍ରୀଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ଙ୍କ ଘରେ ମଧ୍ୟ ଖୋଜାଖୋଜି କରୁଛି । ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଶିକ୍ଷୟିତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ । ଘଟଣାର ତଦନ୍ତ ଜାରି ରଖିଛି ବାରିପଦା ସଦର ଥାନା ପୋଲିସ୍ ।

