Police 5

ବ୍ରହ୍ମପୁର: ବ୍ରହ୍ମପୁର କୋର୍ଟରେ ଜଣେ ଯୁବକଙ୍କ ଆତଙ୍କରାଜ । ମାରଣାସ୍ତ୍ର ଧରି ଗୋଡାଉଥିବା ବେଳେ କାବୁ କରିଲେ ଆଇନଜୀବୀ । ଆଇନଜୀବୀ ମାନେ ଯୁକକକୁ କାବୁ କରିବା ପରେ ପୋଲିସ ହସ୍ତାନ୍ତର କଲେ । ବୈଦ୍ୟନାଥପୁର ଥାନାରେ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଯୁବକଙ୍କ ପରିଚୟ ମିଳିପାରିନାହିଁ । ମାରଣାସ୍ତ୍ର ଧରି ଗୋଡାଇବାର କାରଣ ମଧ୍ୟ ଅସ୍ପଷ୍ଟ ।

ସୂଚନାଯୋଗ୍ୟ, ଗତବର୍ଷ କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ମୁଣ୍ଡାଳ ଗାଁରେ ଘଟିଥିଲା ଏହି ଅଘଟଣ । ରାତି ଅଧରେ ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।  ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡିତା ମହିଳା ଯୋଗଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି ବୋଲି ସୂଚନାଥିଲା ।

ରାତି ପ୍ରାୟ ଗୋଟାଏ ବେଳେ ମୁଣ୍ଡାଳ ଗାଁରେ ଥିବା ତାଙ୍କ ଭଡ଼ାଘର କବାଟ ଭାଙ୍ଗି ଜଣେ ଯୁବକ ଘର ଭିତରକୁ ପଶି ଥିଲେ । ହଠାତ୍ ଶିକ୍ଷୟତ୍ରୀଙ୍କ ନିଦ ଭାଙ୍ଗି ଯାଇଥିଲା । ଯୁବକ ଜଣଙ୍କ ମୁହଁରେ କଳା କପଡା ବାନ୍ଧିଥିବା ବେଳେ ହାତରେ ଏକ ଧାରୁଆ ଅସ୍ତ୍ର ଧରିଥିବା ମହିଳା ଦେଖିବାକୁ ପାଇଥିଲେ । ଯୁବକ ଜଣଙ୍କ ମହିଳାଙ୍କୁ କାବୁ କରିନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଥିଲେ ।

Share