କୋରାପୁଟ: କୋରାପୁଟରେ ଦେଖିବାକୁ ମିଳିଥିଲା ଅଘଟଣ । ଦୁଇ ଶ୍ରମିକ ଗୋଷ୍ଠୀ ଭିତରେ ଗଣ୍ଡଗୋଳ। ୫ ଜଣ ଆହତ, ଜଣେ ମୃତ । କୋରାପୁଟ ସଦର ଥାନା ଆଧିନସ୍ଥ ଜରଟି ନିକଟସ୍ଥ ରେଳବାଇ ଦୋହରିକରଣ କ୍ୟାମ୍ପରେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ। ରବିବାର ରାତିରେ ବଙ୍ଗାଳି ଶ୍ରମିକ ଗୋଷ୍ଠୀ ଓ ବିହାରୀ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ନିଶାସକ୍ତ ଅବସ୍ଥାରେ ପ୍ରଥମେ ଗାଳି ଗୁଲଜରୁ ଆକ୍ରମଣ ହୋଇଥିଲା ।
ଗୋଟିଏ ଗୋଷ୍ଠୀ ଲୁହା ରଡ଼ରେ ଆକ୍ରମଣ କରିବାରୁ ବିହାରୀ ଗୋଷ୍ଠୀର ୫ଜଣ ଆହତ ଓ ଜଣେ ଗୁରୁତର ହୋଇଥିଲେ । ଗୁରୁତର ହୋଇଥିବା ଶ୍ରମିକଙ୍କର ଆଜି ଚିକିତ୍ସାଧାନୀ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ମହମ୍ମଦ ଦୁଲାଲ। ତାଙ୍କ ଘର ବିହାର କାଠିଆ ଜିଲ୍ଲାରେ । କୋରାପୁଟ ସଦର ଥାନା ପୋଲିସ ବଙ୍ଗାଳି ଗୋଷ୍ଠୀର ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣା ସ୍ଥଳକୁ ନିଜେ ସଦର ଥାନା IIC ଯାଇ ତଦନ୍ତ କରିଛନ୍ତି ।

