ବଲାଙ୍ଗିର: ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବସ୍ । ଗାଡ଼ି ଚକ ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ସହର ପାଟଣେଶ୍ବରୀ ସମ୍ମୁଖରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଡୁମେରବାହାଲ ଗାଁର ପ୍ରଶାନ୍ତ ମହାକୁଡ । ସେ କୌଣସି କାମରେ ବଲାଙ୍ଗିର ଆସିଥିବାବେଳେ ବସ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।
ସେପଟେ, ମୟୁରଭଞ୍ଜ ଜିଲ୍ଲା ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା । ଟ୍ରକ ପଛରେ ପିଟି ହେଲା ବସ୍ । ଦୁର୍ଘଟଣାରେ ୭ ଯାତ୍ରୀ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସଟି ବଡ଼ବିଲରୁ କୋଲକାତା ଯାଉଥିବାବେଳେ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଯାଇଥିଲା । ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

