ତେଜରାତି ଦୋକାନରୁ ଚୋରା ମଦ ଜବତ, ୨ ଯୁବକ ଗିରଫ

Whatsapp 2026 08 27 14 43

ରାହାମା: ଜଗତସିଂହପୁରଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ଓ ଆଦର୍ଶ ବିଦ୍ୟାଳୟ ଅଗପାଳ ନିକଟଲାଗି ଏକ ତେଜରାତି ଦୋକାନରୁ ମଦ ଜବତ ହୋଇଛି। ସକାଳ ୧୧ଟା ସମୟରେ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ, କୁଜଙ୍ଗ ଥାନାର ଅତରିକ୍ତ ଦାୟିତ୍ୱ ତୁଲାଉ ଥିବାରୁ ଏକ ବିଶେଷ ସୂତ୍ରରୁ ଖବର ପାଇ ବଂଶୀଧର ପ୍ରଧାନ ଓ ପୁଲିସ ଟିମଙ୍କ ସହିତ କୁଜଙ୍ଗ ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ।
ସେଠାରୁ ମଦ କାର୍ଯ୍ୟରେ ଵ୍ୟବହୃତ ଦୁଇଟି ବାଇକ ହିରୋ ଗ୍ଲାମର ନମ୍ବର AP05DC4758 ଅନ୍ୟଟି ହିରୋ ଡନ OD 06G1395 ଏବଂ ନଗଦ ୨୨୬୦ ଟଙ୍କା ଅର୍ଥରାଶି ଜବତ କରିଛନ୍ତି। ଏଥିସହିତ ପୁଲିସ୍ ୨ଜଣ ଯୁବକ ଜ୍ୟୋତିରଞ୍ଜନ ନାଥ ଓ ଅଭୟ କୁମାର ମହାପାତ୍ରଙ୍କୁ ଗିରଫ କରିବା ସହିତ ଦୋକାନଟିକୁ ସିଲ୍ କରିଥିବା ଜଣାଯାଇଛି।

Share