ରନୱେରେ ଫାଟିଲା ବିମାନର ଟାୟାର, ଟଳିଲା ବଡ଼ ଦୁର୍ଘଟଣା

Alliance air flight suffers tyre burst while landing at bilaspur airport 280557854 16x9

ବିଳାସପୁର: ଛତିଶଗଡ଼ର ବିଳାସପୁର ବିମାନବନ୍ଦରରେ ଶୁକ୍ରବାର ଅବତରଣ କରିବା ସମୟରେ ଦିଲ୍ଲୀ-ବିଳାସପୁର ଆଲାଏନ୍ସ ଏୟାରର ଏକ ବିମାନର ଟାୟାର ଫାଟିଯିବାରୁ ଅଘଟଣ ଘଟିଛି। ତେବେ ବିମାନରେ ଥିବା ସମସ୍ତ ୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଲାଏନ୍ସ ଏୟାର ପକ୍ଷରୁ ପରିଚାଳିତ ଫ୍ଲାଇଟ୍‌ ୯୧୬୧୩ଶୁକ୍ରବାର ସକାଳ ପ୍ରାୟ ୧୧ଟା ସମୟରେ ବିଳାସପୁର ବିମାନବନ୍ଦରରେ ଅବତରଣ କରୁଥିଲା। ଏହି ସମୟରେ ବିମାନର ବାମ ପାର୍ଶ୍ୱର ଟାୟାର ପଙ୍କଚର ହୋଇଯାଇଥିଲା। ବିମାନରେ ୩୭ ଜଣ ଯାତ୍ରୀଙ୍କ ସମେତ ୪ ଜଣ କ୍ରୁ ସଦସ୍ୟ ଥିଲେ।ଟାୟାର ଫାଟିବା ପରେ ବିମାନଟି ରନୱେରେ ଅଟକି ରହିଥିଲା। ତେବେ କୌଣସି ଅଘଟଣ ଘଟିନଥିବା ବେଳେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ରନୱେରୁ ସୁରକ୍ଷିତ ଭାବେ ବାହାର କରି ଟର୍ମିନାଲ ବିଲ୍ଡିଂକୁ ନିଆଯାଇଥିଲା।ଘଟଣା ପରେ ଏୟାରଲାଇନ୍ସ ପକ୍ଷରୁ ବିଳାସପୁରରୁ ଚାଲିବାକୁ ଥିବା ନିର୍ଦ୍ଧାରିତ ଉଡ଼ାଣ ସେବାକୁ ବାତିଲ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାର କାରଣ ଓ ବିମାନର ଟାୟାର ଫାଟିବାର ପରିସ୍ଥିତି ନେଇ ଯାଞ୍ଚ ଜାରି ରହିଛି।

Share