ଗାଡ଼ି ସୋ’ରୁମ୍ ରେ ନିଆଁ, ଜଳିକଲା ସମସ୍ତ କାର୍

FIRE C

ବ୍ରହ୍ମପୁର: ଗାଡ଼ି ସୋ’ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ । ବ୍ରହ୍ମପୁରର ହଳଦିଆପଦରରେ ଥିବା ଗାଡ଼ି ସୋ’ରୁମ୍ ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିବା ସହ ସୋରୁମ୍‌ରୁ ଧୂଆଁର କଳା ଆସ୍ତରଣ ବାହାରୁଥିବା ଦେଖିବାକୁ ମିଳିଛି । ସୋ’ରୁମ୍ ରେ ଥିବା ସମସ୍ତ କାର୍ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି । ଅଗ୍ନିଶମ ବିଭାଗର ୯ଟି ଗାଡ଼ି ଓ ରୋବୋଟିକ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଏତେ ବଡ଼ ଧରଣର ଅଗ୍ନିକାଣ୍ଡ କିପରି ଘଟିଲା, ତାହା ଏବେ ସ୍ପଷ୍ଟ ହୋଇନାହିଁ । ସୋରୁମ୍‌ ଭିତରେ କେତେ ପରିମାଣର ସମ୍ପତ୍ତି କ୍ଷୟକ୍ଷତି ହୋଇଛି, ସେନେଇ ମଧ୍ୟ ଆକଳନ କରାଯାଇନାହିଁ । ଅନ୍ୟପଟେ, ନିଆଁ ଆଖପାଖ ଅଞ୍ଚଳକୁ ନ ବ୍ୟାପିବ, ସେଥିପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସତର୍କତାର ସହ କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ପରେ ଜଣାପଡ଼ିବ ।

Share