ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ମାରି ପୋତିଦେଲା ସ୍ୱାମୀ

Murder

ଢେଙ୍କାନାଳ : ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ମାରି ପୋତିଥିଲା ନିଷ୍ଠୁର ସ୍ୱାମୀ ।  ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ବାଡି ଓ ଶାବଳରେ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ଵାମୀ ।  ହତ୍ୟା କରିବା ପରେ ଘର ପଛ ପଟ ପାଇଖାନା ଟାଙ୍କିରେ ନେଇ ପୋତି ଦେଲା ନିଷ୍ଠୁର ସ୍ୱାମୀ ।  ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଜୁଆଙ୍ଗ ସାହିରେ ଘଟିଛି ଚାଞ୍ଚଲ୍ୟ କର ଘଟଣା ।

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ନୃସଂଶ ହତ୍ୟାକାଣ୍ଡ ।  ଖବର ପାଇବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ସଦରଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ଅଭିଯୁକ୍ତ ସ୍ଵାମୀ ଗିରିଶ ପ୍ରଧାନଙ୍କୁ ଗିରଫ କରିଛି ସଦରଥାନା ପୋଲିସ । ଅଧିକ ତଦନ୍ତ ଜାରି ରହିଛି ।

Share