ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜେ.ଏନ୍. ପଙ୍କଜ

F9f5250f d03a 43ea a50e 12a9ff28389b 1024x635

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଆଇଜି ଭାବେ ଆଜି, ସେପ୍ଟେମ୍ବର ୧, ୨୦୨୬ ସକାଳେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଧିକାରୀ ଶ୍ରୀ ଜେ.ଏନ୍. ପଙ୍କଜ। ସେ ପୂର୍ବତନ ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ନୀତି ଶେଖର, ଆଇପିଏସ୍ଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନୂତନ ଆଇଜିଙ୍କ ଦାୟିତ୍ୱ ଗ୍ରହଣ ପରେ ଦକ୍ଷିଣାଞ୍ଚଳ ପୁଲିସ୍ ରେଞ୍ଜର ବିଭିନ୍ନ ଜିଲ୍ଲାରେ ପୁଲିସ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ପୁଲିସ୍‌ର ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ରହିବ ବୋଲି ଚର୍ଚ୍ଚା ହେଉଛି।

Share