ସେ ବର୍ତ୍ତମାନ ଗୌତମ ବଂଶାଲିଙ୍କ ତତ୍ତ୍ୱାବଧାନରେ ICUରେ ନିରନ୍ତର ପର୍ଯ୍ୟବେକ୍ଷଣରେ ଅଛନ୍ତି। ଡାକ୍ତରୀ ବିଶେଷଜ୍ଞମାନେ ରୋଗ ନିର୍ଣ୍ଣୟ ପାଇଁ ପରୀକ୍ଷା କରୁଛନ୍ତି ଏବଂ ରିପୋର୍ଟ ଆଧାରରେ ଚିକିତ୍ସା ଯୋଜନା ସ୍ଥିର କରାଯିବ ବୋଲି କୁହାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖାଯାଇଛି।
ଦେଶବ୍ୟାପୀ ସମର୍ଥକ ଏବଂ ଶୁଭେଚ୍ଛୁମାନେ ଚିନ୍ତା ପ୍ରକାଶ କରିବା ସହ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଆନ୍ନା ହଜାରେ ଦେଶରେ ଦୁର୍ନୀତି ବିରୋଧୀ ଆନ୍ଦୋଳନର ଏକ ପ୍ରମୁଖ ଚେହେରା। ବିଶେଷ କରି ୨୦୧୧ ମସିହାରେ ‘ଇଣ୍ଡିଆ ଅଗେନଷ୍ଟ କରପସନ’ ବ୍ୟାନରରେ ଜନ ଲୋକପାଳ ବିଲ୍ ପାଇଁ ସେ କରିଥିବା ଅନଶନ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା।
