ବିପଦ ସଙ୍କେତ ଟପୁଛି ସୁବର୍ଣ୍ଣରେଖା; ତଳିଆ ଅଞ୍ଚଳରେ ଆତଙ୍କ

HRLKP1Ea8AA1n5I 750x430

ବାଲେଶ୍ୱର: ବାଲେଶ୍ୱରର ରାଜଘାଟରେ ଜଳସ୍ତର ୧୧.୫୨ ମିଟରକୁ ବୃଦ୍ଧି ପାଇଛି। ଯାହା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକ ବୁଡ଼ି ଯାଇଛି। ସେହିପରି ସୁବର୍ଣ୍ଣରେଖା ନଦୀ ମଧ୍ୟ ଜଳେଶ୍ୱରରେ ବିପଦ ସଙ୍କେତ ଅତିକ୍ରମ କରିଛି। ରିପୋର୍ଟ ଅନୁଯାୟୀ, ଆଜି ରାଜଘାଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ସକାଳ ୬ଟାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ୧୧.୫୨ ମିଟରକୁ ବୃଦ୍ଧି ପାଇଛି। ଗାଲୁଡିହି ବ୍ୟାରେଜ ଖୋଲିବା ପରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା। ଫଳରେ ୧୩ଟି ଗେଟ ଖୋଲାଯିବା ପରେ ତଳ ମୁଣ୍ଡରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି।

ଜଳେଶ୍ୱର, ବାଲିଆପାଳ ଏବଂ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଛି। ଉତ୍ତର ଓଡ଼ିଶାରେ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବା ନେଇ କର୍ତ୍ତୃପକ୍ଷ ସତର୍କ ଅଛନ୍ତି। ରାଜ୍ୟର ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମସ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଉପରେ କର୍ତ୍ତୃପକ୍ଷଙ୍କ ନଜରରେ ରହିଛି।

Share